Odisha Link
Bridging the Missing Links in Odisha

ନାଳକୁ କାର ଖସାଇ ପୁରା ପରିବାର କଲା ଆତ୍ମହତ୍ୟା

ଓଏଲ ବ୍ୟୁରୋ: ପୁଣିଥରେ ପାରିବାରିକ ଅଶାନ୍ତି ନେଲା ମୁଣ୍ଡ। ଘରେ ଅଶାନ୍ତି ଲାଗି ରହିଥିବାରୁ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା। ପଞ୍ଜାବ ଜିଲ୍ଲା ଫରୋଜପରରୁ ଆସିଛି ଏପରି ହୃଦୟବିଦାରକ ଘଟଣା। ବୁଧୱାରା ୱାଲା ମୁହଲ୍ଲାରେ ରହୁଥିବା ଗୋଟିଏ ପରିବାରର ବାପା, ଝିଅ, ଭଣଜା ଓ ବଡ ଭାଇଙ୍କ ଜୀବନ ଚାଲିଯାଇଛି। ୪ ଜଣ କାରରେ ଯାଉଥିବା ସମୟରେ ଜାଣିଶୁଣି ଏନ ନାଳ ଭିରକୁ ଖସାଇ ଆତ୍ମହତ୍ୟା କରିଛନ୍ତି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରିବାରର ଜସବିନ୍ଦର ଓିଂ ଓରଫ୍‌ ରାଜୁ ୨ ଦିନ ପୂର୍ବରୁ ଫେସବୁକରେ ଲାଇଭ୍‌ କରି ନିଜର ସବୁ ଦୁଃଖ ବଖାଣିଥିଲେ। ଏପରିକି ସେ ଲାଇଭ୍‌ ଭିଡିଓରେ ମରିଯିବା କଥା କହିଥିଲେ। ପ୍ରକୃତ କଥା ହେଉଛି ଜସବିନ୍ଦରଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ଅନ୍ୟଜଣଙ୍କ ସହ ଘର ଛାଡି ପଳାଇଥିଲେ । ଏହି ଘଟଣାକୁ ନେଇ ଜସବିନ୍ଦର ଓ ତାଙ୍କ ପୁଅ ଝିଅ ମାନସିକ ବିଷାଦରେ ରହୁଥିଲେ ।

ବୁଧବାର ଝିଅ, ବଡଭାଇ ଓ ଭଣଜାଙ୍କ ସହ କାରରେ ବାହାରକୁ ଯାଇଥିବାବେଳେ ଜାଣିଶୁଣି କାରକୁ ଏକ ବଡ ନାଳକୁ ଖସାଇଦେଇଥିଲେ। ନାଳରେ ପାଣିର ସ୍ରୋତ ପ୍ରଖର ଥିବାରୁ ସ୍ଥାନୀୟ ଲୋକମାନେ କାର କାଢ଼ିବାକୁ ଅସମର୍ଥ ହୋଇଥିଲେ। ଯାହାଫଳରେ କାରରେ ଥିବା ସମସ୍ତ ୪ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.