Odisha Link
Bridging the Missing Links in Odisha

ଧଳା ଜହର ନେବାକୁ ଆସିଥିଲେ ଯୁବକ, ବାନ୍ଧି ନେଲେ ମହିଳା

ଓଏଲ ବ୍ୟୁରୋ : ସନ୍ଦେହରୁ ଧରାପଡ଼ିଲେ ଧଳାଜହର ଗ୍ରାହକ। ଧଳା ଜହର କିଣିବାକୁ ଆସିଥିବା ଯୁବକଙ୍କୁ ବାନ୍ଧିଲେ ମହିଳା। ପୁଲିସ ଗିରଫ କରିବା ପୂର୍ବରୁ ମହିଳାମାନେ ଧଳା ଜହର ଗ୍ରାହକଙ୍କୁ କାବୁ କରିନେଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳକିନ୍ତା ଗ୍ରାମରେ।

ମିଳିଥିବା ସୂଚନା ମୁତାବିକ, ୩ ଯୁବକ ବାରମ୍ବାର ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁକୁ ଆସୁଥିଲେ। ସେ ଗ୍ରାମର ମହିଳା ମାନେ ସେମାନଙ୍କୁ ଦେଖି ସନ୍ଦେହ କରିଥିଲେ। ଗ୍ରାମକୁ ଆସୁଥିବା ୩ ଯୁବକଙ୍କୁ କେଉଁ କାରଣ ପାଇଁ ଗାଁକୁ ଆସୁଛନ୍ତି ବୋଲି ପଚାରିଥିଲେ ମହିଳା। ମହିଳା ପଚାରିବାରୁ ଉତ୍ୟକ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ମହିଳାଙ୍କୁ।

ବିଶେଷ ସୂତ୍ରରୁ ଜଣା ପଡ଼ିଛି ବ୍ରାଉନ ସୁଗାର କାରବାରରେ ଗାଁର ଜଣେ ଯୁବକ ସମ୍ପୃକ୍ତ ଥିଲେ। ଯାହା ପାଖକୁ ସେଇ ୩ ଯୁବକ ଆସିଥିବା କହିଛନ୍ତି। ଗାଁ ଲୋକେ ମିଶି ସେମାନଙ୍କୁ କାବୁ କରି ନେଇଥିଲେ ପରେ ପୋଲିସ କୁ ଖବର ଜଣାଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩ ଜଣ ଯୁବକ ଗିରଫ କରିଥିଲା। ନିଶାଡି ମାନେ ବ୍ୟବହାର କରୁଥିବା ବାଇକକୁ ପୁଲିସ ଜବତ ମଧ୍ୟ କରିଛି। ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଗତ ୩ ଦିନ ତଳେ ଜବତ କରିଥିଲା ବାଲିପାଟଣା ପୁଲିସ। ଯୁବକଙ୍କ ବିରୋଧରେ ମହିଳାମାନେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.