Odisha Link
Bridging the Missing Links in Odisha

ଡିସେମ୍ବର ୨୭ରୁ ବରଗଡ଼ ଧନୁଯାତ୍ରା, କଂସ ଭୂମିକାରେ ହୃଷିକେଶ

ଓଏଲ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କମ୍ପିଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ। ଆସୁରିକ ଅଟ୍ଟହାସ୍ୟ ଓ ଗମ୍ଭୀର ସଂଳାପରେ କମ୍ପୁଛି ପ୍ରେକ୍ଷାଳୟ। ଅନେକ ବ୍ୟକ୍ତି କଂସ ଭୂମିକାରେ ଅଭିନୟ ପାଇଁ ଆସିଥିଲେ ହେଲେ ଏହି ଭୂମିକା ପାଇଁ ଦାବିଦାର ଜାହିର କରିଛନ୍ତି ହୃଷୀକେଶ ଭୋଇ। ଅନ୍ତ ଘଟିଛି ସମସ୍ତ ଅପେକ୍ଷାର ଓ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ।

ସୂଚନା ଅନୁସାରେ ୭୫ ତମ ବରଗଡ ଧନୁଯାତ୍ରା ମହୋତ୍ସବରେ ରାଜ କରିବେ ହୃଷିକେଶ ଭୋଇ। ଅନେକ କଳାକାର ଅଭିନୟ ପାଇଁ ଆସିଥିଲେ। କିନ୍ତୁ ହୃଷିକେଶ ଭୋଇଙ୍କୁ ୪୧ ଙ୍କ ମଧ୍ୟରୁ ଚୟନ କରାଯାଇଛି। ଅମ୍ବାଭୋନାରେ ହୃଷୀକେଶଙ୍କ ଘର। ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ଅଟନ୍ତି ହୃଷିକେଶ। ରୁଚି ତାଙ୍କର ଅଭିନୟ। ଆଗରୁ ୨୦୦୯ ମସିହାରୁ ୨୦୧୭ ଯାଏଁ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଆସିଛନ୍ତି।

ଚଳିତ ବର୍ଷ ମୁଖ୍ୟ ନାୟକ କଂସ ମହାରାଜା ସହିତ ଅନ୍ୟ କଳାକାର ମାନଙ୍କୁ ମଧ୍ୟ ଚୟନ କରାଯାଇଛି। ସ୍ୱଚ୍ଛ ଓ ନିରପେକ୍ଷ କଳାକାର ଚୟନ ପ୍ରକ୍ରିୟା ପାଇଁ ବାହାର ଜିଲ୍ଲା ରୁ ୪ ଜଣ ଓ ଜିଲ୍ଲା ଭିତରୁ ୩ ଜଣ ଚୟନକର୍ତା ଥିଲେ। ଚୟନ ପ୍ରକ୍ରିୟାରେ କଂସ ଭୂମିକା ପାଇଁ ୫୬ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ ୪୪ ଜଣ ଚୟନ ଭୂମିକା ରେ ଯୋଗ ଦେଇ ଥିବାର ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ହିଁ କଳାକାର ମାନଙ୍କୁ ଚୟନ କରାଯାଇଛି। ଆଗାମୀ ଡିସେମ୍ବର ୨୭ରୁ ଜାନୁଆରୀ ୧୧ ଯାଏଁ ଅନୁଷ୍ଠିତ ହେବ ବରଗଡ ପ୍ରସିଦ୍ଧ ଧନୁଯାତ୍ରା।

Leave A Reply

Your email address will not be published.