Odisha Link
Bridging the Missing Links in Odisha

ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା ଅଙ୍ଗନଓ୍ବାଡି କେନ୍ଦ୍ର

ଓଏଲ ବ୍ୟୁରୋ: ଫାଟିଲା ଗ୍ୟାସ୍‌ ଟାଙ୍କି। ଜଳଗିଲା ଅଙ୍ଗନଓ୍ବାଡି କେନ୍ଦ୍ର। ଅଳ୍ପକେ ବର୍ତ୍ତିଲେ ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ।

ସାଲେପୁର ମାହାଙ୍ଗା ଲଳିତଗିରି ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ରୋଷେଇ କଲା ବେଳେ ହଠାତ ନିଆଁ ଜଳି ଉଠିଥିଲା । ସହାୟିକା ନିଆଁ ଜଳିବା ଦେଖି ପିଲା ମାନଙ୍କୁ ବାହାରକୁ ନେଇ ଆସିଥିଲେ । କିନ୍ତୁ ଅଳ୍ପ କିଛି ସମୟ ପରେ ଗ୍ୟାସ ଟାଙ୍କି ଫାଟି ଘରେ ହୁତ ହୁତ ନିଆଁ ଜଳିଥିବା ଦେଖିବାକୁ ମିଳିଥିଲା। ଏହି ଅଭାବନୀୟ ଘଟଣାରେ କୌଣସି କ୍ଷତି ହୋଇନଥିବାବେଳେ ଅଙ୍ଗନଓ୍ବାଡି କେନ୍ଦ୍ରଟି ଜଳିଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.