Odisha Link
Bridging the Missing Links in Odisha

ଯବାନ-ନକ୍ସଲ ମୁହାଁମୁହିଁ, ଗଡ଼ିଲା ୨ ନକ୍ସଲଙ୍କ ମୁଣ୍ଡ

କୋରାପୁଟ: ଯବାନଙ୍କ ଗୁଳିରେ ଗଡ଼ିଲା ୨ ନକ୍ସଲଙ୍କ ମୁଣ୍ଡ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ରାମଗିରି ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ବର୍ତ୍ତମାନ ଘଟଣାସ୍ଥଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍‌ ଜୋରଦାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରାମଗିରି ଜଙ୍ଗଲରେ ନକ୍ସଲ ମାନେ ଲୁଚି ରହିଥିବା ନେଇ ସୁରକ୍ଷାବାହନୀକୁ ଗୁଇନ୍ଦା ସୂଚନା ମିଳିଥିଲା। ଯାହାଫଳରେ ସୁରକ୍ଷାବାହିନୀ ରାମଗିରି ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଛନ୍ତି। ଏସ୍ଓଜି ପକ୍ଷରୁ ରାମଗିରି ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରାଯାଉଥିବା ଜଣାପଡିଛି।

Leave A Reply

Your email address will not be published.