Odisha Link
Bridging the Missing Links in Odisha

 ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ

ଓଏଲ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ଗିରଫ। ଗତକାଲି ଖଗେଶ୍ବର ଘରେ ଚଢ଼ାଉ ପରେ ଆଜି ଗିରଫ କରିଛଇ ଇଡି।

୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାରବାର ପ୍ରମାଣ ମିଳିଛି ୫ ଟି ଆକାଉଣ୍ଟରୁ । ଅର୍ଚ୍ଚନାଙ୍କ ଗିରଫଦାରୀ ପରେ, ପାଖାପାଖି ୫୦ ଲୋକେସନରେ ଜଗବନ୍ଧୁ ଆଉ ଖଗେଶ୍ୱର ରହିଥିବା ମୋବାଇଲ ଲୋକେସନରୁ ସ୍ପଷ୍ଟ ଜଣା ପଡିଛି I

ବର୍ତ୍ତମାନ ସୁଦ୍ଧା ୧୨ଟି ଆକାଉଣ୍ଟର ସୁରାକ ପାଇଛି ଇଡି। ଖଗେଶ୍ବର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଇଡ଼ି ଗିରଫ କରିଛି। ଇଡି ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣିବା ସହିତ ନଗଦ ଟଙ୍କା ବାବଦରେ ପଚରାଉଚରା କରିବ ବୋଲି ସୂଚନା ରହିଛି। ବିଶେଷ ତଥ୍ୟ ରୁ ଯାହା ଅନୁମାନ କରାଯାଉଛି ଆଗକୁ କୋଟିକୋଟି ଟଙ୍କା ନେଣ ଦେଣର ତଥ୍ୟ ପଦାକୁ ଆସିବ ବୋଲି ସନ୍ଦେହ କରୁଛି ଇଡ଼ି I

Leave A Reply

Your email address will not be published.