Odisha Link
Bridging the Missing Links in Odisha

ମହାମହିମଙ୍କ ଓଡ଼ିଶା ଗସ୍ତ: ପଢ଼ୁଥିବା ସ୍କୁଲକୁ ଗଲେ, ସହପାଠିନୀଙ୍କୁ ଭେଟିଲେ

ଓଏଲ ବ୍ୟୁରୋ: ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ। ମହାମହିମ ଅନ୍ତିମ ଦିନରେ ୨ଟି ବିଦ୍ୟାଳୟ ଓ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲ ପରିଦର୍ଶନ କରିଛନ୍ତି। ନିଜେ ପଢ଼ୁଥିବା ବିଦ୍ୟାଳୟ ୟୁନିଟ – ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଂଚିଥିଲେ। ପ୍ରଥମେ ଖଣ୍ଡଗିରିର ତପୋବନ ହାଇସ୍କୁଲକୁ ଗସ୍ତ କରିଛନ୍ତି ରାଷ୍ଟ୍ରପତି। ଏହାପରେ ନିଜ ସ୍କୁଲକୁ ଗମନ କରିଥିଲେ । ସେ ସେଠାରେ କହିଥିଲେ ଯେ, କେହି ରୋଲ ମଡେଲ ନଥିଲେ କିନ୍ତୁ ତାଙ୍କ ଜେଜେ ମା ତାଙ୍କ ପାଇଁ ସବୁକିଛି ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟୁନିଟ ୨ ବିଦ୍ୟାଳୟରେ ୧୯୭୦ରୁ ୧୯୭୪ ମସିହା ଯାଏ ଅଷ୍ଟମରୁ ଏକାଦଶ ଯାଏ ପାଠ ପଢ଼ିଥିଲେ। ପଢିବା ସମୟରେ ସେ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲରେ ରହିଥିଲେ। ଛାତ୍ରଛାତ୍ରୀ ମାନେ ମହାମହିମ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ।

ନିଜେ ପଢିଥିବା ସ୍କୁଲ୍‌ରେ ପହଞ୍ଚି ପଢିବା ସମୟର ସ୍ମୃତି ସାଉଁଟିଛନ୍ତି ରାଷ୍ଟ୍ରପତି ଯାହା ବିଶେଷ ସୂତ୍ରରୁ ଜଣ ପଡିଛି। ସେଠାରୁ ଆସିଲା ପରେ ମହାମହିମ ୧୧ଟା ୪୦ରେ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ଇଞ୍ଜିନିୟରିଂ ବହି ସମେତ ଅନେକ ଉପକ୍ରମର ଲୋକାର୍ପଣ କରିବେ ରାଷ୍ଟ୍ରପତି। ପୋର୍ଟାଲ ‘ଇ-କୁମ୍ଭ’କୁ ଏକାଧିକ ଭାରତୀୟ ଭାଷାରେ ମଧ୍ୟ ଉନ୍ମୋଚନ କରିବେ ରାଷ୍ଟ୍ରପତି । ଓଡ଼ିଆ ଭାଷାରେ ସି.ଏସ.ଟି.ଟି. ଦ୍ବାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗଦେବେ । ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧ଟା ୧୫ରେ ଦିଲ୍ଲୀ ରାଇସିନା ହିଲ୍ସ ଫେରିଯିବେ ରାଷ୍ଟପତି ଦୌପଦୀ ମୁର୍ମୁ ।

Leave A Reply

Your email address will not be published.