Odisha Link
Bridging the Missing Links in Odisha

ଜି-୨୦ ଅଧ୍ୟକ୍ଷ ହେଲା ଭାରତ

ଓଏଲ୍‌ ବ୍ୟୁରୋ: ଇଣ୍ଡୋନେସିଆର ବାଲି ସହରରେ ହେଉଥିବା ଜି-୨୦ ସମ୍ମିଳନୀର ଦୁଇ ଦିନିଆ କର୍ମଶାଳା ବୁଧବାର ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବର ପ୍ରମୁଖ ନେତା ମାନେ ଅଂଶଗ୍ରହଣ କରି ବିକାଶ ଓ ଶାନ୍ତିର ବାର୍ତ୍ତା ଉପରେ ଅନେକ ଆଲୋଚନା କରିଥିଲେ। ବହୁ ବିଷୟ ଉପରେ ବିଭିନ୍ନ ଦେଶର ନେତା ମାନେ ଆଲୋଚନ କରିଥିଲେ ମଧ୍ୟ। ଏଥିସହିତ ଇଣ୍ଡୋନେସିଆ ଆଗାମୀ ଏକ ବର୍ଷ ପାଇଁ ଭାରତକୁ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ବ ପ୍ରଦାନ କରିଛି।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକେ ବିଡୋଡୋ ଜି-୨୦ ସମ୍ମିଳନୀର ଅକ୍ଷ୍ୟକ୍ଷତା ଦାୟିତ୍ବ ଆଧିକାରିକ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛନ୍ତି। ଅଧ୍ୟକ୍ଷତାକୁ ସ୍ବୀକାର କରି ପିଏମ୍‌ ମୋଦି କହିଛନ୍ତି ଯେ, ଏଭଳି ଅଧ୍ୟକ୍ଷତାକୁ ସ୍ବୀକାର କରିବା ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ। ଜି-୨୦ର ସମସ୍ତ ସଦସ୍ୟ ଦେଶଙ୍କ ସହିତ ମିଶି ବିଶ୍ବର କଲ୍ୟାଣ ପାଇଁ କାର୍ଯ୍ୟ କରିବୁ।

ଆମେ ଜି-୨୦ ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟ ଓ ସହରରେ ଆୟୋଜନ କରିବୁ। ଆମେ ସମସ୍ତେ ଏକାଠି ଜି-୨୦କୁ ବିଶ୍ୱ ପରିବର୍ତ୍ତନର ଗୋଟିଏ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିବା ବୋଲି ମୋଦି କହିଛନ୍ତି।

ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋଦି ଭାରତରେ ଏହାର ଲୋଗ ଓ ୱେବସାଇଟ ଲଞ୍ଚ କରିଥିଲେ। ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ। ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ।

Leave A Reply

Your email address will not be published.