Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ହେବ ଆଦର୍ଶ ଗୁରୁକୁଳ, ସେବାୟତ ପିଲାଙ୍କ ପାଇଁ ରହିବ ୫୦% ସଂରକ୍ଷଣ

ସୁପ୍ରିମକୋର୍ଟ ଗୁରୁକୁଳ ପାଇଁ ୬କୋଟି ୧୯ଲକ୍ଷ ୮୯ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବାବେଳେ ରାଜ୍ୟସରକାର ୨୦କୋଟି ଟଙ୍କା ଅବଢ଼ା ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି ।

ଓଏଲ୍ ବ୍ୟୁରୋ : ବହୁପ୍ରତୀକ୍ଷାର ଅନ୍ତ ପରେ ପ୍ରତିଷ୍ଠା ହେବାକୁ ଯାଉଛି ଆଦର୍ଶ ଗୁରୁକୁଳ । ଏକ ଖୁସି ଖବର , ପୁରୀରେ ବହୁତ ଶୀଘ୍ର ହେବାକୁ ଯାଉଛି ଆଦର୍ଶ ଗୁରୁକୁଳ ଏବଂ ଏଥିରେ ୫୦% ସଂରକ୍ଷଣ ରହିବ ସେବାୟତ ପିଲାଙ୍କ ପାଇଁ । ନିର୍ମାଣ ହେବାକୁ ଥିବା ଆଦର୍ଶ ଗୁରୁକୁଳ ପାଇଁ ମାଟିତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯାଇଥିବାବେଳେ ବିର୍ଲା କମ୍ପାନୀ ସହ ହୋଇଛି ଏମଓୟୁ ।

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ଗୁରୁକୁଳର ଶିକ୍ଷାଦାନ ପ୍ରଣାଳୀ , ଗୁରୁକୁଳର ଡିଜାଇନ ଏବଂ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଛି । ସୁପ୍ରିମକୋର୍ଟ ଗୁରୁକୁଳ ପାଇଁ ୬କୋଟି ୧୯ଲକ୍ଷ ୮୯ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବାବେଳେ ରାଜ୍ୟସରକାର ୨୦କୋଟି ଟଙ୍କା ଅବଢ଼ା ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି ।

ଓବିସିସି ଏବଂ ବିର୍ଲା କମ୍ପାନୀ ଅଧିକାରୀ ମାନେ କ୍ଷେତ୍ର ବୁଲିବା ସହ ଏଥିପାଇଁ ୧୯ ଏକର ଜମିର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଜିଲ୍ଲାପାଳ ଏବଂ ଏସପି ୧୪ ଏକର ଜବରଦଖଲ ଥିବା ଜମିକୁ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୪ ସୁଦ୍ଧା ପୁରୀରେ ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଥିବା ସୂଚନା ।

ଆଦର୍ଶ ଗୁରୁକୁଳରେ ସିବିଏସସି ଢଙ୍ଗରେ ପାଠ ପଢ଼ାହେବା ସହ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷାଦାନ କରାଯିବ । ସେବାୟତ ପରିବାରର ପିଲାମାନଙ୍କ ପାଇଁ ଅଧିକ ୨ଘଣ୍ଟା ଶିକ୍ଷାଦାନ ହେବ ଯେଉଁଥିରେ ଆଧ୍ୟାତ୍ମିକ , ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବ୍ୟବସ୍ତା ହୋଇଛି ଏବଂ ବିର୍ଲା ଏଜୁକେସନ ସୋସାଇଟି ସାହାଯ୍ୟ କରିବ । ଆଦର୍ଶ ବିଦ୍ୟାଳୟରେ ପଢିବା ଦ୍ୱାରା ବିଦ୍ୟାର୍ଥୀ ଉନ୍ନତ ମାନର ଶିକ୍ଷା ପାଇପାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.