Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ଭରିଲେ ନାମାଙ୍କନ

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ଅନ୍ୟପଟେ ବିଜେଡି ଓ ବିଜେପି ମଧ୍ୟରେ ଚାଷୀ ପ୍ରସଙ୍ଗକୁ ନେଇ ଚାଲିଛି ଲଢ଼େଇ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ବିଜେଡିର ବରିଷ୍ଠ ନେତା ଓ ସହକର୍ମୀଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଥିଲେ।

ବର୍ଷାଙ୍କ ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ୨୦୧୪ ମସିହାରେ ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ବିଧାନସଭାକୁ ଆସିଥିଲେ ପ୍ରଦୀପ ପୁରୋହିତ। ୨୦୧୯ରେ ସେ ଦିବଙ୍ଗତ ବିଜେଡି ନେତା ବିଜୟ ରଞନ ବରିହାଙ୍କଠାରୁ ୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ। ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ ପୁରୋହିତ। ଉପନିର୍ବାଚନରେ ପ୍ରଦୀପଙ୍କ ଉପରେ ଭରସା ରଖି ପୁଣି ଦଳ ଦେଇଛି ଟିକେଟ୍।

Leave A Reply

Your email address will not be published.