Odisha Link
Bridging the Missing Links in Odisha

ଚାଷୀ ପ୍ରସଙ୍ଗ: କାଲିଠୁ ବିଜେପିର ସତ୍ୟାଗ୍ରହ

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ପାଣିପାଗ ସରଗରମ। ଅନ୍ୟପଟେ ବିଜେଡି- ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ। ଚାଷୀଙ୍କ ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କରୁଛନ୍ତି କଡ଼ା ସମାଲୋଚନା। ଏସବୁ ମଧ୍ୟରେ ଆଜି ପୁଣିଥରେ ଚାଷୀଙ୍କୁ ବୀମା ଟଙ୍କା ମିଳୁନଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ଚାଷୀଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଉଥିବା ଅଭିଯୋଗ ଆଣିଛି ଦଳ। ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ବୀମା କମ୍ପାନୀ ଚୟନ କରନ୍ତି, ଟେକ୍ନିକାଲ କମିଟି ମଧ୍ୟ ରାଜ୍ୟ ସ୍ତରୀୟ କମିଟି ସ୍ଥିର କରେ। ଏହାପରେ ଇନ୍ସୁରାନ୍ସ କ୍ଲେମ ନେଇ ୧୮୯ଟି କେସରେ ଦ୍ୱନ୍ଦ୍ୱ ଦେଖାଗଲା କିନ୍ତୁ ଯେଉଁ ତଥ୍ୟ ଦେବା କଥା ଟେକ୍ନିକାଲ କମିଟି ଆଗରେ ଉତ୍ତର ରଖିପାରିଲେ ନାହିଁ ରାଜ୍ୟ ସରକାର।

ସେ ଆହୁରି କହିଛନ୍ତି, ରାଜ୍ୟରେ ଲମ୍ବା ସମୟ ଧରି ଚାଷୀ ଅବହେଳିତ ହୋଇଛନ୍ତି। ଓଡ଼ିଶା ଏକ ମାତ୍ର ରାଜ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ମିଳେ ନାହିଁ। ସରକାର ଚାଷୀ କେମିତି ଚାଷ କରିବ ଭାବନ୍ତି ନାହିଁ। ସାଟି ଫାଇଡ ସିଲଡ ଚାଷୀ ହାତକୁ ଯାଏ ନାହିଁ। ଭଲ ବିହନ ଚାଷୀ ପାଇଁ ସ୍ୱପ୍ନ ପାଲଟିଛି।

ପଞ୍ଜାବ ଚାଷୀ ଆମ ଚାଷୀଠୁ ଦେଢ଼ରୁ ଦୁଇ ଗୁଣ ଅଧିକ। ଆଳୁ ମିଶନ ପିଆଜ ମିଶନ ନାଁ ରେ ବାହା ବାହା ନେଲେ ହେଲେ ସବୁ ଫେଲ ମାରିଛି। ଦୁର୍ଭାଗ୍ୟ ଯୋଗୁଁ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଇନପୁଟ୍ ସବସିଡି ଠିକ ଭାବେ ଦେଉନାହାଁନ୍ତି। ଏପରିକି ସରକାର କ୍ଷୟ କ୍ଷତିର ଆକଳନ ମଧ୍ୟ କରୁନାହାନ୍ତି। ରାଜ୍ୟରେ ଭଲ ଶୀତଳ ଭଣ୍ଡାର ନାହିଁ। ଏ ସମସ୍ତ ସମସ୍ୟା ନେଇ ଆସନ୍ତା କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ବିଜେପି ଧାରଣାରେ ବସିବ। ସରକାର ନ ଚେତିଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.