Odisha Link
Bridging the Missing Links in Odisha

‘ଅଶୋକ ଗେହେଲଟ୍‌ ଓ ସଚିନ ପାଇଲଟ୍‌ କଂଗ୍ରେସର ସମ୍ପତ୍ତି’

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ କଂଗ୍ରେସ କଳି କାହାକୁ ବି ଅଛପା ନୁହେଁ । କଂଗ୍ରେସ ଦଳୀୟ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏସବୁମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି, ଉଭୟ ଅଶୋକ ଗେହଲଟ୍‌ ଓ ସଚିନ ପାଇଳଟ୍‌ କଂଗ୍ରେସର ସମ୍ପତ୍ତି । ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ମୁଁ କିଛି କହିବାକୁ ଚାହୁଁନି ବୋଲି କହିଛନ୍ତି ରାହୁଲ ।

ଇନ୍ଦୋରରେ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କୌଣସି ମତାମତ ଦେବାକୁ ଚାହୁଁନାହନ୍ତି । ବାସ୍‌ ଏତିକି କହିବି ଯେ, ଉଭୟ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟ୍‌ ହେଉଛନ୍ତି କଂଗ୍ରେସର ସମ୍ପତ୍ତି।

ପୂର୍ବରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । କିନ୍ତୁ କିଛିଦିନ ତଳେ ଅଶୋକ ଗେହେଲଟ୍‌ ସଚିନ ପାଇଲଟଙ୍କୁ ଗଦ୍ଦାର ବୋଲି ସମ୍ବୋଧନ କରିଥିଲେ। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

Leave A Reply

Your email address will not be published.