Odisha Link
Bridging the Missing Links in Odisha

କ୍ଲାସରେ ମୁସଲିମ୍‌ ଛାତ୍ରଙ୍କୁ ଆତଙ୍କବାଦୀ କହି ପ୍ରଫେସର ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହି କଲେଜରୁ ନିଲମ୍ବିତ ହେଲେ ପ୍ରଫେସର। ବେଙ୍ଗାଲୁରୁର ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏଭଳି ଘଟଣା ଘଟିଛି। କ୍ଲାସ୍‌ ରୁମରେ ପ୍ରଫେସର ପାଠ ପଢ଼ାଉଥିବା ବେଳେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଆତଙ୍କବାଦୀ କହିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓକୁ ଆଧାର କରି ପ୍ରଫେସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଭାଇରାଲ ଭିଡିଓରେ ଛାତ୍ର ଓ ପ୍ରଫେସର ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିଛି। ପ୍ରଫେସର ଛାତ୍ରଙ୍କୁ ଆତଙ୍କବାଦୀ କହିବା ପରେ ସେ ପ୍ରତିବାଦ କରିଥିଲେ। ଏପରିକି ଛାତ୍ର ଜଣକ କହିଛନ୍ତି, ଜଣେ ମୁସଲମାନ ହୋଇଥିବାରୁ ମୋତେ ବାରମ୍ବାର ଏମିତି ଅପମାନିତ କରାଯାଉଛି। ଏଥିସହିତ ଆପଣ କ’ଣ ନିଜ ପିଲାଙ୍କୁ ଆତଙ୍କବାଦୀ କହୁଛନ୍ତି କି ବୋଲି ଛାତ୍ର ଜଣକ ପ୍ରଫେସରଙ୍କୁ ପ୍ରଶ୍ନ କରିଥିଲେ।

ସେ ଆହୁରି କହିଥିଲେ ଯେ, ଏହା ହେଉଛି ଏକ ଶ୍ରେଣୀଗୃହ, ଆପଣ ଜଣେ ପ୍ରଫେସର ଏବଂ ତୁମେ ଶିକ୍ଷାଦାନ କରୁଛ। ଆପଣ ମୋତେ ଆତଙ୍କବାଦୀ କହିପାରିବେନି। ଭିଡିଓରେ ଶିକ୍ଷକ ଜଣକ ଛାତ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରାଲ ହେବା ପରେ ଏମଆଇଟି ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.