Odisha Link
Bridging the Missing Links in Odisha

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ପ୍ରଥମ ମହିଳା ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ : କିମ୍ବନ୍ଦନ୍ତୀ ଧାବିକା ପିଟି ଉଷାଙ୍କୁ ଗୁରୁଦାୟିତ୍ବ। ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ ନିର୍ଦଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ୍‌ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି ପିଟି ଉଷା। ଡିସେମ୍ବର ୧୦ରେ ଭାରତୀୟ ଅଲମ୍ପିକ ସଂଘ ନିର୍ବାଚନ ହେବାକୁ ଥିଲା। କିନ୍ତୁ ପିଟି ଉଷାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ କରିନାହାନ୍ତି । ଯାହାଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ ମଧ୍ୟ ପିଟି ଉଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିରଣ ରିଜିଜୁ ଟ୍ବିଟ୍‌ କରି କହିଛନ୍ତି, “ସୁନା ଝିଅ ପିଟି ଉଷା ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା। ଆଇଓଏର ବିଭିନ୍ନ ପଦ ପଦବୀ ହାତେଇଥିବା ଆମ ଦେଶର କ୍ରୀଡ଼ା ହିରୋମାନଙ୍କୁ ମଧ୍ୟ ଶୁଭେଚ୍ଛା।”

ଭାରତର ଅନ୍ୟତମ ଷ୍ଟାର ସ୍ପ୍ରିଣ୍ଟର ହେଉଛନ୍ତି ପିଟି ଉଷା। ସେ ଏସିଆ ଗେମ୍ସରେ ଭାରତ ପାଇଁ ୪ଟି ସ୍ୱର୍ଣ୍ଣ ଓ ୭ଟି ରୌପ୍ୟ ପଦକ ଜିତିଛନ୍ତି। ୧୯୮୪ରେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ୍ସରେ ସେ ଅଳ୍ପକେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ସେ ୪୦୦ ମିଟର ହର୍ଡଲ୍ସରେ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଥିଲେ। ତେବେ ୧/୧୦୦ ସେକେଣ୍ଡ ପାଇଁ ସେ ୪ର୍ଥରେ ରହିଥିଲେ। ତାଙ୍କ ଟାଇମିଂ ଥିଲା ୫୫.୪୨ ସେକେଣ୍ଡ। ଏହି ଟାଇମିଂ ଆଜି ଯାଏ ଜାତୀୟ ରେକର୍ଡ ହୋଇ ରହିଛି।

Leave A Reply

Your email address will not be published.