Odisha Link
Bridging the Missing Links in Odisha

ପଦ୍ମପୁରରେ ରେଡ୍‌ ରାଜନୀତି

ଆଜି ସକାଳୁ ଆୟକର ବିଭାଗ ପଦ୍ମପୁରର ବ୍ୟବସାୟୀଙ୍କ ଘର ଉପରେ ରେଡ୍ କରିଥିଲା।

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲଙ୍କ ଲୁଗା ଦୋକାନ ଉପରେ ଜିଏସଟି ବିଭାଗ ଚଢାଉ କରିଛି।

ଆଜି ସକାଳୁ ଆୟକର ବିଭାଗ ପଦ୍ମପୁରର ବ୍ୟବସାୟୀଙ୍କ ଘର ଉପରେ ରେଡ୍ କରିଥିଲା। ଏକକାଳୀନ ୩ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା। ଯେଉଁ ବ୍ୟବସାୟୀଙ୍କ ଆଉ ଏହାର କିଛି ଘଣ୍ଟା ପରେ ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ କରାଯାଇଛି।

ସୂଚନାଯୋଗ୍ୟ ଯେ, ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଛି। ଆଇଟି ରେଡ ଚାଲିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି। କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି ବୋଲି ବିଜେପି ନେତା କହିଥିବା ବେଳେ ଭୟଭୀତ କରିବାକୁ ରେଡ କରାଯାଉଛି ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି।

Leave A Reply

Your email address will not be published.