Odisha Link
Bridging the Missing Links in Odisha

ଖଣ୍ଡାରେ କେକ୍‌ କାଟି ଜନ୍ମଦିନ ପାଳିଲେ ଯୁବକ

ଓଏଲ୍‌ ବ୍ୟୁରୋ: ବିଚ୍‌ ରାସ୍ତାରେ ପାଳନ ହେଉଛି ଜନ୍ମଦିନ। ଛୁରୀରେ ନୁହେଁ ବରଂ ଖଣ୍ଡାରେ କଟାଯାଉଛି ଜନ୍ମଦିନ କେକ୍। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ସଦୃଶ। ଭାଇରାଲ ଭିଡିଓକୁ ନେଇ ଅଧିକ ଖୋଳତାଡ କରୁଛି ପୁଲିସ୍‌।

ଏଭଳି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ। କିଛି ଯୁବକ ଖଣ୍ଡା ସାହାଯ୍ୟରେ କେକ କାଟି ଉତ୍ସବ କରିଛନ୍ତ । କିଛି ଯୁବକ ଏକାଠି ହୋଇ ଜନ୍ମଦିନ କେକ କାଟୁଥିବା ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ସୋସିଆଲ ମିଡଆରେ ପୋଷ୍ଟ ହୋଇଥିଲା । ଭିଡ଼ିଓ ସାମ୍ନାକୁ ଆସିବା ପରେ ଏବେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ସେପଟେ ଗତ କିଛି ମାସ ତଳେ କେବିଏନ ଗ୍ୟାଙ୍ଗ ଖଣ୍ଡା ଧରି ବିଚ ରାସ୍ତାରେ ଆତଙ୍କ ଖେଳୁଥିବା ଚିତ୍ର ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.