Odisha Link
Bridging the Missing Links in Odisha

ହତ୍ୟାକାରୀ ପ୍ରେମିକର ସରିଲା ନାର୍କୋ ଟେଷ୍ଟ

ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତଙ୍କ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଆଜି ସରିଛି।

ଓଏଲ୍ ବ୍ୟୁରୋ : ପ୍ରେମିକାକୁ ପ୍ରେମିକ ୩୫ଖଣ୍ଡ କରି କାଟି ଫିଙ୍ଗିଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ସମ୍ପୃକ୍ତ ପ୍ରେମିକକୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ପୁଲିସ ତଦନ୍ତ କରିବାପାଇଁ ବିଭିନ୍ନ ପଦ୍ଧତି ଆପଣେଇ ଥିବାବେଳେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଆଜି ସରିଛି। ବର୍ତ୍ତମାନ ଅଭିଯୁକ୍ତ ପ୍ରେମିକ ଅବଜରବେସନରେ ରହିଛି। ଚେତା ଫେରିଲା ପରେ ପୁଣି ଜେଲ ଯିବ ଅଫତାବ।
ଫୋରେନସିକ୍ ସାଇନ୍ସ ବିଭାଗ ତିନୋଟି ପର୍ଯ୍ୟାୟରେ ପ୍ରଶ୍ନ ପଚରାଯିବା ପୂର୍ବରୁ ଅଫତାବଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା। ପ୍ରଥମ ଟେଷ୍ଟରେ ଅଫତାବଙ୍କ ନାମ ଏବଂ ଠିକଣା ପଚରାଯାଇଥିବାବେଳେ ହତ୍ୟା ମାମଲା ସହ ଜଡିତ ଚରିତ୍ର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପ୍ରଶ୍ନ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ପଚରାଯାଇଥିଲା। ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତ ଅଫତାବ ପ୍ରେମିକା ଶ୍ରଦ୍ଧାଙ୍କୁ ମାରିଥିବା ସହ ଜଙ୍ଗଲରେ ୩୫ଖଣ୍ଡ କରି ପୋତି ଦେଇଥିବାର ଅଭିଯୁକ୍ତ ପ୍ରେମିକ ସ୍ୱୀକାର କରିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ତାଙ୍କ ଭିତରେ ଅନୁତାପ କି ସେ ଅପରାଧରେ ତାଙ୍କର କୌଣସି ଦୋଷ ନାହିଁ ବୋଲି ଆସାମୀ ପ୍ରେମିକ ପୁଲିସକୁ କହିଥିବା ଖବରରୁ ଜଣା ପଡିଛି।