Odisha Link
Bridging the Missing Links in Odisha

ବିଶ୍ୱ ପାଳୁଛି ଭିନ୍ନକ୍ଷମ ଦିବସ

ଲୋକମାନଙ୍କ ହୀନମାନସିକତା ବଦଳାଇବା ସହ ଭିନ୍ନକ୍ଷମଙ୍କୁ ସାହସ ଦେବା ପାଇଁ ବିଶ୍ୱ ପାଳୁଛି ପ୍ରତିବର୍ଷ ଡିସେମ୍ବର ୩ତାରିଖରେ ଭିନ୍ନକ୍ଷମ ଦିବସ।

ଓଏଲ୍ ବ୍ୟୁରୋ : ଦିବ୍ୟାଙ୍ଗ ଆସିବେ ମୁଖ୍ୟ ସ୍ରୋତକୁ। ଭିନ୍ନକ୍ଷମଙ୍କୁ ସାରା ଦେଶରେ ପରିଚୟ ସୃଷ୍ଟି କରିବା ପାଇଁ ଦେଶ ପାଳୁଛି ବିଶ୍ୱ ଭିନ୍ନକ୍ଷମ ଦିବସ। ସାଧାରଣ ଲୋକ ମାନଙ୍କର ଭିନ୍ନକ୍ଷମଙ୍କୁ ନେଇ ହୀନମାନସିକତା ଥାଏ। ପ୍ରକୃତରେ ଦିବ୍ୟାଙ୍ଗ ମାନଙ୍କ ପାଖରେ ଯଥେଷ୍ଟ କ୍ଷମତା ଥାଏ କିନ୍ତୁ  ସାଧାରଣ ଲୋକମାନେ ତାଙ୍କୁ ହୀନ ଦୃଷ୍ଟିରେ ଦେଖିଥାନ୍ତି।

ଲୋକମାନଙ୍କ ହୀନମାନସିକତା ବଦଳାଇବା ସହ ଭିନ୍ନକ୍ଷମଙ୍କୁ ସାହସ ଦେବା ପାଇଁ ବିଶ୍ୱ ପାଳୁଛି ପ୍ରତିବର୍ଷ ଡିସେମ୍ବର ୩ତାରିଖରେ ଭିନ୍ନକ୍ଷମ ଦିବସ। ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସାଧାରଣତଃ ଭିନ୍ନକ୍ଷମମାନେ ଦିବ୍ୟାଙ୍ଗ ହୋଇଥିବାରୁ ଅସୁବିଧା ସମ୍ମୁଖୀନ କରିଥାନ୍ତି। ସେମାନଙ୍କୁ ସଚେତନ କରିବା ସହ ଶକ୍ତି ବୃଦ୍ଧି କରିବା ପାଇଁ ବିଶ୍ୱ ପାଳନ କରୁଛି ଭିନ୍ନକ୍ଷମ ଦିବସ।

ଭିନ୍ନକ୍ଷମଙ୍କ ପାଇଁ ଏକ ପ୍ରତିବନ୍ଧକ ବିହୀନ ସମାଜ ଗଠନ କରିବାରେ ଭିନ୍ନକ୍ଷମ ଦିବସର ସଚେତନତାର ଭୂମିକା ରହିବ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଭେଦଭାବ ଦୂର କରିବା ସହ ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାରା ବିଶ୍ୱରେ ପ୍ରୟାସ। ମିଳିତ ଜାତିସଂଘ ଦ୍ୱାରା ୧୯୯୨ ମସିହାରେ ଭିନ୍ନକ୍ଷମଙ୍କ ପାଇଁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ଦିବ୍ୟାଙ୍ଗଙ୍କୁ ତାଙ୍କର ଅଧିକାର ଦେବା, ଆତ୍ମସମ୍ମାନ ବଢାଇବା ସହ ନିଜର ଅନ୍ତର୍ନିହିତ କ୍ଷମତା ବୃଦ୍ଧି କରିବା ପାଇଁ ୧୯୯୨ରୁ ପାଳନ ହୋଇଆସୁଛି ଭିନ୍ନକ୍ଷମ ଦିବସ।

Leave A Reply

Your email address will not be published.