Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍ସ ପରିଦର୍ଶନ କଲେ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଏମ୍ସରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା କରାଯାଉଛି।

ଓଏଲ୍‌ ବ୍ୟୁରୋ: ଆସନ୍ତା ପହିଲାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପେପରଲେସ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଓଡିଶା ଗସ୍ତରେ ଆସିଥିବାବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏମ୍ସରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା କରାଯାଉଛି।

ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ପ୍ରତିଦିନ ପାଖାପାଖି ୧୦ହଜାର ରୋଗୀ ଆସିଥାନ୍ତି। ଚିକିତ୍ସା ପାଇବା ପାଇଁ ରୋଗୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏହି ରୋଗୀ ମାନଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇଦେବାପାଇଁ ପ୍ରଚେଷ୍ଟା ଚାଲିଛି। ସ୍ୱାସ୍ଥ୍ୟସେବା ପାଇଁ ବଜେଟରେ କେନ୍ଦ୍ରସରକାର ଚଳିତ ବର୍ଷ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ପୂର୍ବବର୍ଷ ୫୧୦ କୋଟି ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ରସରକାର ଦେଇଥିବାବେଳେ ଏହି ବର୍ଷ ଏହା ୬୧୦ କୋଟିକୁ ବୃଦ୍ଧି ପାଇଛି। କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ରୋଗୀ ମାନଙ୍କୁ ସମସ୍ତ ସୁବିଧା ପ୍ରଧାନ କରାଯିବା ସହ ରୋଗୀଙ୍କ ସହ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି ନେଇ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.