Odisha Link
Bridging the Missing Links in Odisha

ବିଶ୍ୱ ମୂର୍ତ୍ତିକା ଦିବସ

ଡିସେମ୍ବର ୫କୁ ବିଶ୍ୱ ମୂର୍ତ୍ତିକା ଦିବସ ରୁପେ ପାଳନ କରିବାକୁ ଅନୁମତି

ଓଏଲ୍‌ ବ୍ୟୁରୋ: ମାଟି ଆମର ମା ଓ ମୂର୍ତ୍ତିକା ଉପରେ ଆମେ ନିର୍ଭରଶୀଳ। ବିଶ୍ୱ ପାଳୁଛି ଆଜି ମୂର୍ତ୍ତିକା ଦିବସ। ମୂର୍ତ୍ତିକା ସଂରକ୍ଷଣ ସଚେତନତା ପାଇଁ ପ୍ରତିବର୍ଷ  ୨୦୧୪ ମସିହାରୁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରାଯାଉଛି। ମୂର୍ତ୍ତିକା ପ୍ରଦୂଷଣକୁ ରୋକିବା ସହ ସଂରକ୍ଷଣ ପାଇଁ ପ୍ରୟାସ କରାଯାଉ।

ସୂଚନା ମୁତାବକ ପ୍ରଥମେ ୨୦୦୨ରେ ମୂର୍ତ୍ତିକା ବିଜ୍ଞାନ ଓ ଅନ୍ତରାଷ୍ଟ୍ରୀୟ ସଂଘ ମୂର୍ତ୍ତିକା ଦିବସ ପାଳନର ପ୍ରସ୍ତାବ ରଖିଥିଲେ । ସମସ୍ତଙ୍କ ସମର୍ଥନ ମିଳିବା ପରେ ୨୦୧୩ ମସିହାରେ ଡିସେମ୍ବର ୫କୁ ବିଶ୍ୱ ମୂର୍ତ୍ତିକା ଦିବସ ରୁପେ ପାଳନ କରିବାକୁ ଅନୁମତି ମିଳିଥିଲା। ୨୦୧୪ରେ ଏହି ଦିବସକୁ ସଠିକ ରୁପେ ପାଳନ କରାଯିବା ଆରମ୍ଭ କରାଗଲା।

ଖାଦ୍ୟ ଯେଉଁଠାରୁ ସୃଷ୍ଟି ତାହାହିଁ ମୂର୍ତ୍ତିକା। ମୂର୍ତ୍ତିକା ପ୍ରଦୂଷଣ ହେଵା ଦ୍ୱାରା ସମସ୍ତ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡେ। ମାଟି ମଣିଷର ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ କାରଣ ବୃକ୍ଷ ବଞ୍ଚି ରହିବା ପାଇଁ ମୂର୍ତ୍ତିକା ଆବଶ୍ୟକ। ମାଟିକୁ ବଞ୍ଚାଇ ରଖିବା ସହ ମୂର୍ତ୍ତିକା ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରାଯାଉଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ମଧ୍ୟ ଆଜିର ଦିନକୁ ବିଶ୍ୱ ମୂର୍ତ୍ତିକା ଦିବସ ରୂପେ ପାଳନ କରିଥାଏ।