Odisha Link
Bridging the Missing Links in Odisha

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଦେବରାଜ ନାଏକ।

ଓଏଲ୍‌ ବ୍ୟୁରୋ: ସରକାରୀ ବାସଭବନରୁ କନେଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହେଵା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଦେବରାଜ ନାଏକ। କନେଷ୍ଟବଳ ଦେବରାଜ ନାଏକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗ୍ରାମରେ ବୋଲି ଖବରରୁ ଜଣାପଡିଛି। ଆଜି ସକାଳେ କନେଷ୍ଟବଳ ଦେବରାଜଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା।

ମୃତକ ଦେବରାଜ ଜଣେ ବିବାହିତ ବ୍ୟକ୍ତି ହୋଇଥିବାବେଳେ ତାଙ୍କ ସରକାରୀ ବାସଭବନରେ ସେ ଏକା ରହୁଥିଲେ। ତାଙ୍କ ପରିବାର ଲୋକେ ତାଙ୍କ ଗ୍ରାମ ନନ୍ଦାହାଣ୍ଡିରେ ରହୁଥିଲେ। ଦେବରାଜଙ୍କ ମୃତ ଖବର ପାଇଲା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ସରକାରୀ କର୍ମୀ ଦେବରାଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଥିବାବେଳେ ଧର୍ମଗଡ ଡିଏସପି ଓ ଗୋଲାମୁଣ୍ଡା ଆଇଆଇସି ଘଟଣା ସ୍ଥଳରେ ତଦନ୍ତ କରୁଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.