Odisha Link
Bridging the Missing Links in Odisha

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି।

ଓଏଲ୍ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ ଅଧିବେଶନ ପାଇଁ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ଡିସେମ୍ବର ୨୯ପର୍ଯ୍ୟନ୍ତ ହେବ ଶୀତ ଅଧିବେଶନ ଏବଂ ଏଥିରେ ୨୩ଟି କାର୍ଯ୍ୟ ଦିବସ ରହିବ।

ଚଳିତ ଶୀତକାଳୀନ ଅଧିବେଶନରେ ୧୬ଟି ନୂଆ ବିଲ ଆଣିବା ପାଇଁ ସ୍ଥିର କରାଯାଇଅଛି। ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ହେବ ବୈଠକ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି।

ଗୃହର କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସମସ୍ତ ଦଳର ସହଯୋଗ ଆବଶ୍ୟକ ରହିଥିବା ବେଳେ ଆଜି ହେବାକୁ ଥିବା ବୈଠକରେ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି। ଏହି ବୈଠକରେ ସଂସଦର ଶୀତ ଅଧିବେଶନରେ କେଉଁ କେଉଁ ସମ୍ପର୍କରେ ଆଲୋଚନା ହେବ ସେ ନେଇ ଆଲୋଚନା ହେବ। ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ, କେଉଁ ବିଲ ସ୍ଵାକ୍ଷର ହେଲା ତାହା ଜଣା ପଡିବ।

Leave A Reply

Your email address will not be published.