Odisha Link
Bridging the Missing Links in Odisha

ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ

ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଗଲାବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା କହିଛନ୍ତି ସେ ଇଡିକୁ ଅପେକ୍ଷା କରିଥିଲେ

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଲା ଇଡି। କଡା ସୁରକ୍ଷା ଭିତରେ ୭ଦିନିଆ ଇଡିର ରିମାଣ୍ଡରେ ଅର୍ଚ୍ଚନା। ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଗଲାବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା କହିଛନ୍ତି ସେ ଇଡିକୁ ଅପେକ୍ଷା କରିଥିଲେ। ଲେଡି ବ୍ଲାକମେଲର ଅର୍ଚ୍ଚନା କହିଛନ୍ତି ତାଙ୍କୁ ଫସାଜାଇଛି ଏବଂ ସେ ସମସ୍ତଙ୍କ ମୁଖା ଖୋଲିବା ସହ ସେ ଯେତେବେଳେ କହିବେ ସାରା ରାଜ୍ୟ ପରିବର୍ତନ ହୋଇଯିବ ବୋଲି ମତ ରଖିଛନ୍ତି।
ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ ବୋଲି କହିଛନ୍ତି ଅର୍ଚ୍ଚନା। ତାଙ୍କୁ ମୁହଁକୁ ବନ୍ଦ କରି ଆରେଷ୍ଟ କରଯାଇଥିଲା କହିଛନ୍ତି ଅର୍ଚ୍ଚନା। ଅର୍ଚ୍ଚନା ନାଗ ପ୍ରଶ୍ନ କରିଛନ୍ତି ସେ କଣ ଆତଙ୍କବାଦୀ। ସେ ପ୍ରେସମିଟ କରି ସବୁ ଜଣାଇଥାନ୍ତେ ବୋଲି କହିଛନ୍ତି। ତାଙ୍କ ଛୁଆର ଲୁହ ପଡ଼ିବ ଏବଂ କିଛି ନ ଜାଣି ତାଙ୍କୁ ଫସାଯାଇଥିବା ମତ ରଖିଛନ୍ତି ଅର୍ଚ୍ଚନା। ମୁଁ ଇଡିକୁ ଅପେକ୍ଷା କରିଥିଲି ଏବଂ କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି ସେ କହିଛନ୍ତି। ଇଡି ଉପରେ ତାଙ୍କର ବିଶ୍ୱାସ ଅଛି ଏବଂ ସେ ଇଡିକୁ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.