Odisha Link
Bridging the Missing Links in Odisha

ପଦ୍ମପୁର ଜନାଦେଶ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ଅଛନ୍ତି।

ଓଏଲ୍ ବ୍ୟୁରୋ : ସରଗରମ ଓଡିଶା ରାଜନୀତି। ଚାଲିଛି ଭୋଟ ଗଣତି, ଆଜି ଆସିବ ପଦ୍ମପୁର ଜନାଦେଶ। ବର୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡି ଆଗରେ ରହିଛି। ବିଜେଡି ୧୫୯୧୬ ଓ ବିଜେପି ୧୦୧୫୦ ଏବଂ କଂଗ୍ରେସ ପ୍ରାର୍ଥୀ ୪୭୪ ଭୋଟ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ ଗଣତି ଚାଲିଥିବାବେଳେ ମୋଟ ୨୩ ରାଉଣ୍ଡ ଗଣତି ହେବ। ଦ୍ୱିତୀୟ ରାଉଣ୍ଡରେ ବିଜେଡି ୧୦୫୯୮ ଓ ବିଜେପି ୬୯୭୯ ଏବଂ କଂଗ୍ରେସ ୩୬୬ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ ମିଳିଥିଲା। ବିଜେପିକୁ ୩୭୮୯ ଓ କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ ମିଳିଥିଲା।

ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଥିଲେ। ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିବାବେଳେ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ଭୋଟ ଗଣତି କେନ୍ଦ୍ର ସାମ୍ନାରେ କଡା ସୁରକ୍ଷା ସହ ଚାଲିଛି ପଦ୍ମପୁର ଭୋଟ ଗଣତି।

Leave A Reply

Your email address will not be published.