Odisha Link
Bridging the Missing Links in Odisha

ଭାରତମାଳା ପ୍ରକଳ୍ପରୁ ବାଦ ପଡ଼ିଲା ଗଞ୍ଜାମ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗୋପାଳପୁର ବଦଳରେ ଟାଙ୍ଗୀ-ଦୀଘା କୋଷ୍ଟାଲ୍‌ ହାଇୱେ ପ୍ରତିଷ୍ଠା ହେବ

ଓଏଲ୍ ବ୍ୟୁରୋ : ଉପକୂଳ ଅଞ୍ଚଳକୁ ସଡ଼କପଥ ସିଧାସଳଖ ସଂଯୋଗ ପାଇଁ ହାଇୱେ ନିର୍ମାଣ ନିତ୍ୟାନ୍ତ ଆବଶ୍ୟକ। ଏହି ସଡ଼କପଥ ଯୋଜନାକୁ କାର୍ଯ୍ୟକାରୀ ପାଇଁ ପୂର୍ବରୁ କେନ୍ଦ୍ରସରକାର ଦାଇତ୍ୱ ନେଇଥିଲେ। ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ।

ଗଞ୍ଜାମ ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗୋପାଳପୁର ବଦଳରେ ଟାଙ୍ଗୀ-ଦୀଘା କୋଷ୍ଟାଲ୍‌ ହାଇୱେ ପ୍ରତିଷ୍ଠା ହେବ। ଡିପିଆର୍‌ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରୁ ‌ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇ‌ୱେ ନିର୍ମାଣ କରାଯିବାକୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଗଞ୍ଜାମ ଜିଲ୍ଲାର ପରିବହନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ରେ ବାଧା ସୃଷ୍ଟି ହୋଇଛି।

ବିଭିନ୍ନ ମହଲରେ ଦାବି ହୋଇଛି ଯେ କେନ୍ଦ୍ରସରକାର ଏ ଦିଗରେ ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପରେ କରନ୍ତୁ ସାମିଲ।ପୂର୍ବରୁ ଗତ ୨୦୧୫ରେ ଓଡ଼ିଶାରେ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଭାରତମାଳା ପରିୟୋଜନା ଜରିଆରେ ଘୋଷଣା କରାଯାଇଥିଲା।ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଭାରତମାଳା ପ୍ରକଳ୍ପରୁ ବାଦ ପଡିବାରୁ ଗଞ୍ଜାମ ଜିଲ୍ଲାର ପରିବହନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ସ୍ବପ୍ନ ଭାଙ୍ଗିଯାଇଛି।

Leave A Reply

Your email address will not be published.