Odisha Link
Bridging the Missing Links in Odisha

ତେଲ ବିଜ୍ଞାପନରେ ମହାମହିମଙ୍କ ଫଟୋ, ଥାନାରେ ଏତଲା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏକ ସୋରିଷ ତେଲ କମ୍ପାନି ବିଜ୍ଞାପନ ଦେଇଛି।

ଓଏଲ୍ ବ୍ୟୁରୋ : ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏକ ସୋରିଷ ତେଲ କମ୍ପାନି ବିଜ୍ଞାପନ ଦେଇଛି। ସୋରିଷ ତେଲ ବିଜ୍ଞାପନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଖିବାକୁ ମିଳିଥିବାବେଳେ ତେଲ କମ୍ପାନୀ ବିଜ୍ଞାପନ ପାଇଁ କରଞ୍ଜିଆ ସମେତ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥିବା ବଡ଼ବଡ଼ ବ୍ୟାନର ଓ ହୋଡିଂ ଲଗାଇଛି।

ଘଟଣା ବିରୋଧରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏତଲା ଦେଇଛନ୍ତି। ବିଜ୍ଞାପିତ କରିଥିବା ନିର୍ଦ୍ଧିଷ୍ଟ ସୋରିଷ ତେଲ କମ୍ପାନି ଓ ବିତରକଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଆଇନଜୀବୀ ଝରଣା ପୃଷ୍ଟି। ନିଜ ଉତ୍ପାଦକୁ ବିଜ୍ଞାପିତ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଫଟୋ ଲଗାଇବା ସାମ୍ବିଧାନିକ ପଦମର୍ଯ୍ୟାଦା ଓ ବିଧିବ୍ୟବସ୍ଥା ପ୍ରତି ଘୋର ଅପମାନ।

Leave A Reply

Your email address will not be published.