Odisha Link
Bridging the Missing Links in Odisha

ନିର୍ମମ ହତ୍ୟାକାଣ୍ଡ : ଛୁରାମାଡ଼ରେ ବାପା ମୃତ, ପୁଅ ଆହତ

ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମୃତ ସାରଥୀଙ୍କ ପୁଅ ସନତ ନାୟକ।

ଓଏଲ୍ ବ୍ୟୁରୋ : ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଟଙ୍କା ନଦେବାରୁ ନିର୍ମମ ହତ୍ୟାକାଣ୍ଡ। ଛୁରା ମାଡ଼ରେ ବାପା ମୃତ ଏବଂ ପୁଅ ଗୁରୁତର ଭାବେ ଆହତ।  ଘଟଣାଟି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ ଘଟିଛି। ଖବର ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମୃତ ସାରଥୀଙ୍କ ପୁଅ ସନତ ନାୟକ।

ଗତକାଲି ବାପା ଏବଂ ପୁଅ କାର୍ଯ୍ୟ କରୁଥିବା କୁକୁଡ଼ା ଫାର୍ମରେ ପହଞ୍ଚିବା ପରେ, ଉକ୍ତ ଗ୍ରାମର କେଦାର ନାୟକ ଓ ତାଙ୍କ ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ପହଞ୍ଚିଥିଲେ। କୁକୁଡ଼ା ଫାର୍ମରେ କାମ କରୁଥିବା ବାପା ଓ ପୁଅକୁ ୨ଲକ୍ଷ ଟଙ୍କା ମାଗିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ବାପା ସାରଥୀ ଓ ପୁଅ ସନତ ଏହାକୁ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ଉତକ୍ଷିପ୍ତ ହୋଇ ବାପ ପୁଅଙ୍କୁ ଦୁର୍ବୁତ୍ତ ମାନେ ଛୁରା ମାଡ କରିଥିଲେ। ଛୁରା ମାଡ଼ରେ ପୁଅ ସନତ ଆହତ ହୋଇଥିବାବେଳେ ବେଳେ ବାପାଙ୍କର ମୃତ୍ୟୁ ହୋଇଯାଇଛି। ଆହତ ପୁଅ ସନତ ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।

Leave A Reply

Your email address will not be published.