Odisha Link
Bridging the Missing Links in Odisha

ହୀରାକୁଦରେ ଇକୋ ରିଟ୍ରେଟ ୨୦୨୨ ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ ହିରାକୁଦ ଇକୋ ରିଟ୍ରେଟ ସଫଳତା କାମନା କରିବା ସହ ହିରାକୁଦ ଇକୋରିଟ୍ରେଟକୁ ଉଦଘାଟନ କରିଥିଲେ।

ଓଏଲ୍ ବ୍ୟୁରୋ : ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ଆଜି ଉଦଘାଟିତ ହୋଇଛି ହିରାକୁଦ ଇକୋ ରିଟ୍ରେଟ ୨୦୨୨। ଏହା ହୀରାକୁଦରେ ତୃତୀୟଥର ଅନୁଷ୍ଠିତ ହେଉଥିବାବେଳେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଚାଲିବ। ଭିଡିଓ କନଫରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ ହିରାକୁଦ ଇକୋ ରିଟ୍ରେଟ ସଫଳତା କାମନା କରିବା ସହ ହିରାକୁଦ ଇକୋରିଟ୍ରେଟକୁ ଉଦଘାଟନ କରିଥିଲେ।

ହୀରାକୁଦ ଇକୋରିଟ୍ରେଟକୁ ଚଳିତବର୍ଷ ଅଧିକ ଆକର୍ଷଣ କରିବା ପାଇଁ ଆୟୋଜକ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଶୀତଦିନେ ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବାରେ ହିରାକୁଦ ଇକୋରିଟ୍ରେଟର ବଡ ଭୂମିକା ରହିବ। ଇକୋ ରିଟ୍ରେଟ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବଲପୁର ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ସମେତ ଜିଲ୍ଲାପାଳ,ଏସପି ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।

ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସମେତ ଅନେକ ପର୍ଯ୍ୟଟକମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ହୀରାକୁଦ ଇକୋରିଟ୍ରେଟ ଚାଲିବ ବୋଲି ସୂଚନା ମିଳିଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଶେଷ ସୁରକ୍ଷାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି। ପଶ୍ଚିମ ଓଡିଶା ବାସୀଙ୍କୁ ଆକର୍ଷିତ କରିବା ସହ ହିରାକୁଦ ଇକୋ ରିଟ୍ରେଟ ୨୦୨୨ ପ୍ରବାସୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

Leave A Reply

Your email address will not be published.