Odisha Link
Bridging the Missing Links in Odisha

ପରଲୋକରେ ପଣ୍ଡିତ ଉମେଶ ଚନ୍ଦ୍ର କର

ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ

ଓଏଲ୍ ବ୍ୟୁରୋ: ରାଜ୍ୟର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ ହୋଇଯାଇଛି। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ।

ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା।ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ବହୁ କଳାକାର ଓ ଛାତ୍ର ତାଙ୍କର ଶେଷ ଦର୍ଶନ କରିଛନ୍ତି।

ପଣ୍ଡିତ ଉମେଶ ଚନ୍ଦ୍ର କର ଓଡ଼ିଶା ସଂଗୀତ ନାଟକ ଏକାଡେମି, କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଥିଲେ। ପଣ୍ଡିତ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ନେଇଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ସୃଷ୍ଟି ହୋଇଛି ଅପୂରଣୀୟ କ୍ଷତି।

Leave A Reply

Your email address will not be published.