Odisha Link
Bridging the Missing Links in Odisha

ପଦ୍ମପୁର ଜନାଦେଶକୁ ପ୍ରଦୀପ ପୁରୋହିତଙ୍କ ସ୍ୱାଗତ

ଜିତ୍ ହାର ବଡ ପ୍ରସଙ୍ଗ ନୁହେଁ, ପରାଜିତ ହେଲେ ବି ଲୋକଙ୍କ ସହ ରହିଵି

ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଆସିଲା ଜନାଦେଶ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ। ପଦ୍ମପୁର ଜନାଦେଶକୁ ସ୍ବାଗତ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ଜିତ୍ ହାର ବଡ ପ୍ରସଙ୍ଗ ନୁହେଁ, ପରାଜିତ ହେଲେ ବି ଲୋକଙ୍କ ସହ ରହିଵି। ଏଠି ବିଜୁ ଜନତା ଦଳ ନୁହେଁ ସରକାର ନିଜେ ନିର୍ଵାଚନ ଲଢୁଥିଲେ।

କଂଗ୍ରେସ ଭୋଟ ବିଜୁ ଜନତା ଦଳକୁ ଯାଇଥିବାର ପ୍ରଦୀପ ପୁରୋହିତ କହିଛନ୍ତି। ପଦ୍ମପୁର ଫଳାଫଳକୁ ନେଇ ପ୍ରଦୀପ ପୁରୋହିତ କହିଛନ୍ତି ଭାରତୀୟ ଜନତା ପାର୍ଟି ଏହାର ସମୀକ୍ଷା କରିବ। ପଦ୍ମପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ଭୋଟ ଦେଇଛନ୍ତି। ପ୍ରଦୀପ ପୁରୋହିତ ପଦ୍ମପୁରବାସୀଙ୍କ ଜନାଦେଶକୁ ସମ୍ମାନର ସହ ସ୍ବାଗତ କରିଛନ୍ତି।

Leave A Reply

Your email address will not be published.