Odisha Link
Bridging the Missing Links in Odisha

ଓକିଲଙ୍କ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ

କୋର୍ଟ କହିଛନ୍ତି, ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ ଯାହାଦ୍ୱାରା କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ

ଓଏଲ୍ ବ୍ୟୁରୋ : ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ ହୋଇଥିବାରୁ ଉଭୟ ଡିଜି ଏବଂ ଆଇଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଘଟଣାକୁ ନେଇ ଉଭୟଙ୍କୁ ବୁଧବାର ଦିନ ଭିସିରେ ହାଜର ହେବାକୁ କୁହାଯାଇଛି। କୋର୍ଟ କହିଛନ୍ତି, ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ ଯାହାଦ୍ୱାରା କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ।

ପୂର୍ବରୁ ଏହି ଆନ୍ଦୋଳନ ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ ବିଭିନ୍ନ ନିର୍ଦ୍ଦେଶ କୋର୍ଟ ଦେଇଥିବାବେଳେ ଓକିଲ ମାନେ କୋର୍ଟର କୌଣସି ନିର୍ଦ୍ଦେଶ ମାନି ନାହାନ୍ତି। କୋର୍ଟ ଭିନ୍ନ ଭିନ୍ନ ପ୍ରସଙ୍ଗ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟର ଓକିଲ ମାନଙ୍କ ବିରୋଧରେ ଚରମ ନିଷ୍ପତ୍ତି ଶୁଣାଇଥିଲେ। ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ କୋର୍ଟ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିବା ସହ ଯଦି ସେମାନେ କାର୍ଯ୍ୟକୁ ନଫେରନ୍ତି ତେବେ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନକାରୀ ଓକିଲମାନେ କୌଣସି ନିର୍ଦ୍ଦେଶ ନମାନି ଆନ୍ଦୋଳନ ଜାରି ରଖିଛନ୍ତି ଯାହାକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି।

Leave A Reply

Your email address will not be published.