Odisha Link
Bridging the Missing Links in Odisha

ମହାବଳ ବାଘ ଛାଲ ଜବତ, ଶିକାରୀଙ୍କୁ ଗିରଫ କଲେ ଏସଟିଏଫ 

ଶିକାରୀଙ୍କ ଧରିବା ପାଇଁ ଗ୍ରାହକ ବେଶରେ ଯାଇଥିଲେ ଏସଟିଏଫ ଅଧିକାରୀ।

ଓଏଲ୍ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟ ଉପରେ ଶିକାରୀଙ୍କ ନଜର। ମୟୂରଭଞ୍ଜ ଜିଲ୍ଲା ଉଦଳା ପିସିପୁରରୁ ମହାବଳ ବାଘ ଚମଡା ଜବତ ହୋଇଛି। ଶିକାରୀଙ୍କ ଧରିବା ପାଇଁ ଗ୍ରାହକ ବେଶରେ ଯାଇଥିଲେ ଏସଟିଏଫ ଅଧିକାରୀ। ବାଘ ଛାଲକୁ ମୁଲେଇବା ସମୟରେ ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ।

ପୂର୍ବରୁ ଶିକାରୀମାନେ ଦନ୍ତାହାତୀ ଶିକାର କରି ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡି ଦେଇଥିଲେ ବନ ବିଭାଗ କର୍ମଚାରୀ। ବନବିଭାଗର ଏଭଳି କାର୍ଯ୍ୟ ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବାବେଳେ ବନ ବିଭାଗ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଥିଲା। ବର୍ତ୍ତମାନ ହାତୀପରେ ମହାବଳ ବାଘ ଛାଲ ବିକ୍ରି କରାଯାଉଥିବାରୁ ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ।

Leave A Reply

Your email address will not be published.