Odisha Link
Bridging the Missing Links in Odisha

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଘଟଣା : ବାର ଆସୋସିଏସନ ଦାଖଲ କରିବ ରିଭ୍ୟୁ ପିଟିସନ

ଆନ୍ଦୋଲନ ପ୍ରତ୍ୟାହାର କରିଥିଲେ ମଧ୍ୟ ଓକିଲ ମାନଙ୍କ ଦାବି ଜାରି ରହିବ ବୋଲି କହିଛନ୍ତି ଜୟପୁର ବାର ଆସୋସିଏସନର ସଭାପତି ସରୋଜ ଦାସ।

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲାଗିରହିଥିଲା ଓକିଲ ଆନ୍ଦୋଲନ। ଏହି ଆନ୍ଦୋଳନକୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥିଲା। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକାରୀ ଓକିଲ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ମଧ୍ୟ ହୋଇଥିଲା। ଏହାକୁ ନେଇ ନ୍ୟାୟାଳୟ ରାୟ ଶୁଣାଇଥିଲେ।

ସୁପ୍ରିମକୋର୍ଟର ରାୟ ପରେ ଆନ୍ଦୋଳନକାରୀ ଓକିଲ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ହେଲେ ଆନ୍ଦୋଲନ ପ୍ରତ୍ୟାହାର କରିଥିଲେ ମଧ୍ୟ ଓକିଲ ମାନଙ୍କ ଦାବି ଜାରି ରହିବ ବୋଲି କହିଛନ୍ତି ଜୟପୁର ବାର ଆସୋସିଏସନର ସଭାପତି ସରୋଜ ଦାସ। ଆନ୍ଦୋଳନ ତୀବ୍ର ରୂପ ନେବାରୁ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ପଶ୍ଚିମ ଓଡ଼ିଶା ବିଭିନ୍ନ ବାର ଆସୋସିଏସନ ସୁପ୍ରିମକୋର୍ଟ ରାୟ ପରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ନିଷ୍ପତି ନେଇଛି।

ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର କହିଥିଲେ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଯଶବନ୍ତ ସିଂ କମିଶନ ଏବଂ ପାଲ କମିଶନ ରିପୋର୍ଟ ଆଧାରରେ ବିଚାର କରିବାକୁ ଅନୁରୋଧ କରାଯିବ ବୋଲି ଖବରରୁ ଜଣା ପଡିଛି।