Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ୪ ମହିଳା କନେଷ୍ଟବଳ, ନୃତ୍ୟ ଭିଡିଓ ହେଉଥିଲା ଭାଇରାଲ

୪ ମହିଳା କନେଷ୍ଟବଳ ‘ଅଶିଲା’ ଚଳଚ୍ଚିତ୍ରର ‘ପତ୍‌ଲୀ କମରିୟାଁ’ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ।

ଓଏଲ୍ ବ୍ୟୁରୋ : ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲା ନାଚ ଭିଡିଓ ଯାହା ଦ୍ୱାରା ଚାକିରୀରୁ ନିଲମ୍ବିତ ହେଲେ ମହିଳାମାନେ। ଅଯୋଧ୍ୟାରେ କାର୍ଯ୍ୟରତ ୪ ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟରେ ଅବହେଳା କରି ନୃତ୍ୟ ଭିଡିଓ କରିବାରୁ ନିଲମ୍ବିତ କରାଯାଇଥିବା ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ରାମ ଜନ୍ମଭୂମି ସୁରକ୍ଷା ନିମନ୍ତେ ମୁତୟନ ଥିଲେ ୪ଜଣ ମହିଳା ପୁଲିସ କନେଷ୍ଟବଳ। ଡିସେମ୍ବର ୬ ତାରିଖ ଦିନ ୪ ମହିଳା କନେଷ୍ଟବଳ ଯଥାକ୍ରମେ କବିତା ପଟେଲ୍‌, କାମିନୀ କୁଶୱାହା, କାଶିଶ୍‌ ସହ୍‌ନି ଓ ସନ୍ଧ୍ୟା ସିଂହ ରାମ ଜନ୍ମଭୂମିଠାରେ ଡିୟୁଟିରେ ଥିବା ସମୟରେ କାର୍ଯ୍ୟରେ ଅବହେଳା କରି ଭିଡିଓ କରିଥିଲେ। ୪ ମହିଳା କନେଷ୍ଟବଳ ‘ଅଶିଲା’ ଚଳଚ୍ଚିତ୍ରର ‘ପତ୍‌ଲୀ କମରିୟାଁ’ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ।

ଉକ୍ତ ଭିଡିଓକୁ ରେକର୍ଡ କରାଯାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯିବା ପରେ ଜଣା ପଡିଥିଲା ଯେ, ଭିଡିଓରେ ଥିବା ମହିଳାଜଣକ ହେଉଛନ୍ତି ଜଣେ ପୁଲିସ କନେଷ୍ଟବଳ। ଅଯୋଧ୍ୟା ପୁଲିସ କମିସନର୍‌ ମୁନିରାଜ ଜୀ ଜାଣିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୪ ମହିଳା କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି। ଗଣମାଧ୍ୟମରେ ବ୍ୟାପକଭାବେ ପ୍ରସାରିତ ହେଉଥିବା ଉକ୍ତ ଭିଡିଓରେ ନିଲମ୍ବିତ କନେଷ୍ଟବଳମାନେ ୟୁନିଫର୍ମ ପିନ୍ଧି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କାର୍ଯ୍ୟରତ କନେଷ୍ଟବଳ ମାନଙ୍କ ଅବହେଳା ଯୋଗୁ ନିଲମ୍ବିତ କରାଯିବାର ସୂଚନା ମିଳିଛି।

Leave A Reply

Your email address will not be published.