Odisha Link
Bridging the Missing Links in Odisha

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା : ଜଙ୍ଗଲରୁ ମିଳିଥିବା ହାଡ ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ

ମେହେରୁଲି ଜଙ୍ଗଲରୁ ମିଳିଥିବା ଏହି ହାଡ଼ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଉ ଏକ ମୋଡ। ଦିଲ୍ଲୀ ପୁଲିସକୁ ମିଳିଛି ବଡ ସଫଳତା। ହତ୍ୟାକାରୀ ପ୍ରେମିକ ନିଜ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ କାଟି ୩୫ ଖଣ୍ଡ କରି ଫିଙ୍ଗିଦେଇଥିବା ଖବର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରେମିକ ଅଫତାବକୁ ପୁଲିସ ଗିରଫ କରିବା ପରେ ସେ ଶ୍ରଦ୍ଧାଙ୍କୁ ମାରିବା ପରେ ୩୫ଖଣ୍ଡ କରିଥିବା ହାଡ଼କୁ ଜଙ୍ଗଲରେ ଫିଙ୍ଗିଥିବା କହିଥିଲେ। ପରେ ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରିବା ସହ ଜଙ୍ଗଲରୁ କିଛି ହାଡ ପାଇଥିଲା। ହେଲେ ତାହା ଶ୍ରଦ୍ଧାଙ୍କର କି ନୁହେଁ ଜାଣିବା ପାଇଁ ଚେଷ୍ଟା କରିଥିଲା।

ଜବତ କରିଥିବା ହାଡର ଡିଏନଏ ପରୀକ୍ଷା କରିବା ପାଇଁ ଶ୍ରଦ୍ଧାଙ୍କ ବାପାଙ୍କ ସାହାଯ୍ୟ ନିଆଯାଇଥିଲା। ବର୍ତ୍ତମାନ ତଥ୍ୟରୁ ଜଣା ପଡିଛି ମିଳିଥିବା ହାଡ଼ର ଡିଏନଏ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ମିଶିଛି। ମେହେରୁଲି ଜଙ୍ଗଲରୁ ମିଳିଥିବା ଏହି ହାଡ଼ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଥିବାବେଳେ ଦିଲ୍ଲୀ ପୁଲିସକୁ ତଦନ୍ତରେ ସଫଳତା ମିଳିଛି।

Leave A Reply

Your email address will not be published.