Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ବସ, ଦୁର୍ଘଟଣାରେ ୨୦ ଆହତ

ଏନ୍ଏଚ୍ ୧୮ କୁଳିଅଣା ବାଲିମୁଣ୍ଡୁଳି ଛକରେ ଦୁର୍ଘଟଣା ଘଟିଥିବା ବେଳେ ବସରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ଓଏଲ୍ ବ୍ୟୁରୋ : ଭାରସାମ୍ୟ ଅଧିକ ହେବାରୁ ଦୁର୍ଘଟଣା ଘଟିଲା। ମୟୂରଭଞ୍ଜ ଏକ ବସ ଭାରସାମ୍ୟ ହରାଇ ଓଲଟିପଡିଥିବା ବେଳେ ବସରେ ଥିବା ୨୦ ଯାତ୍ରୀ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଥିବା ବସଟି କରଞ୍ଜିଆରୁ ବାରିପଦା ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ଏନ୍ଏଚ୍ ୧୮ କୁଳିଅଣା ବାଲିମୁଣ୍ଡୁଳି ଛକରେ ଦୁର୍ଘଟଣା ଘଟିଥିବା ବେଳେ ବସରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତ ବସରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.