Odisha Link
Bridging the Missing Links in Odisha

ଘରକୁ ଫେରିଲେ ୫ଦିନ ହେବ ନିଖୋଜ ଥିବା ଅମ୍ରିତ

ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଆଣି କେହି ଜଣେ ଛାଡି ଦେଇଥିବା ସୂଚନା।

ଓଏଲ୍‌ ବ୍ୟୁରୋ : ନୟାଗଡର ୧୨ବର୍ଷୀୟ ନାବାଳକ ୫ଦିନ ହେବ ନିଖୋଜ ଥିଲେ। ନିଖୋଜ ହେବାର ୫ଦିନ ପରେ ସୁରକ୍ଷିତ ଭାବେ ଘରକୁ ଫେରିଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଆଣି କେହି ଜଣେ ଛାଡି ଦେଇଥିବା ସୂଚନା।

ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରିବା ସମୟରେ ତାଙ୍କର ଅପହରଣ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରୁଥିବାବେଳେ ହଠାତ ଘର ପାଖରେ ଆଣି କେହି ଜଣେ ଅମ୍ରିତକୁ ଛାଡି ଦେଇଥିବା ସୂଚନା। ଅମ୍ରିତ ପାତ୍ରକୁ ଓଡଗାଁ ପୁଲିସ ନିଜ ହେପାଜତରେ ରଖିଥିବାବେଳେ ଏବେ ମେଡିକାଲରେ ଅମ୍ରିତର ସ୍ୱାସ୍ଥ୍ୟ ପରୀକ୍ଷା ହେବ।

ଶରଣକୂଳ ଏସଡିପିଓ କିରଣ ହେମ୍ବ୍ରମଙ୍କ ସୂଚନା ଅନୁସାରେ, ଅମ୍ରିତ ନିଖୋଜ ହେବା ପରେ ୪ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ପୁଲିସ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର ହେବେ ଅମ୍ରିତ ଏବଂ ସେଠାରେ ତାଙ୍କ ବୟାନ ରେକର୍ଡ ହେବ। କୋର୍ଟରେ ଅମ୍ରିତଙ୍କ ବୟାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।