Odisha Link
Bridging the Missing Links in Odisha

ହାୱାଇ ବିମାନକୁ ଦୋହଲାଇ ଦେଲା ବାୟୁ ପ୍ରବାହର ଆକସ୍ମିକ ପରିବର୍ତ୍ତନ

ବିମାନରେ ଥିବା ପାଖାପାଖି ୩୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ଏମର୍ଜେନ୍‌ସି ରୁମ୍‌କୁ ନିଆଯାଇଛି।

ଓଏଲ୍‌ ବ୍ୟୁରୋ : ମଝି ଆକାଶରେ ଦୋହଲିଲା ହାୱାଇ ବିମାନ। ଆଜି ଫିନିକ୍ସ୍‌ରୁ ହନଲୁଲୁ ହାୱାଇ ବିମାନ ଯିବା ବେଳେ ଆକାଶରେ ବାୟୁ ପ୍ରବାହରେ ଆକସ୍ମିକ ପରିବର୍ତ୍ତନ ହୋଇଥିଲା। ବାୟୁ ପ୍ରବାହରେ ପରିବର୍ତ୍ତନ ଦ୍ୱାରା ହାୱାଇ ଏୟାର୍‌ଲାଇନ୍‌ର ଗୋଟେ ବିମାନ ଦୋହଲି ଯାଇଥିଲା।

ବିମାନରେ ଥିବା ପାଖାପାଖି ୩୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ଏମର୍ଜେନ୍‌ସି ରୁମ୍‌କୁ ନିଆଯାଇଛି। ହାୱାଇ ଏୟାର୍‌ଲାଇନ୍‌ ଟୁଇଟ୍‌ ମାଧ୍ୟମରେ ଏହା ଜଣାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀ ଓ ବିମାନ ପରିଚାରକମାନଙ୍କୁ ବିମାନ ବନ୍ଦରରେ ଚିକିତ୍ସା କରାଯାଇଥିଲା। ସାଂଘାତିକ ଅସୁସ୍ଥ ହୋଇପଡ଼ିଥିବା କିଛି ବ୍ୟକ୍ତିଙ୍କୁ ଅଧିକ ଚିକିତ୍ସା କରିବା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.