Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଓଏଲ୍‌ ବ୍ୟୁରୋ: ନିକଟରେ ରାଜ୍ୟ ବିଜେପିର ‘ରାଜ୍ୟ ପଦାଧିକାରୀ ବୈଠକ’ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ବିଜେପିର ଆଗ ଧାଡ଼ିର ନେତା ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବୈଠକରେ ଅନୁପସ୍ଥିତ ଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୋଇଥିଲା। ହେଲେ ସେ ଅସୁସ୍ଥତା କାରଣରୁ ବୈଠକରେ ଅନୁପସ୍ଥିତ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି।ବର୍ତ୍ତମାନ ଅସୁସ୍ଥ ଥିବା ଶ୍ରୀ ଟୁଡୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଭିଜ୍ଞ ଡାକ୍ତର ନିୟୋଜିତ ହୋଇଥିବା ଜଣାପଡ଼ିଛି।

ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କିଛିଦିନ ହେବ ଅସୁସ୍ଥ ଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସ୍ବାସ୍ଥ୍ୟବସ୍ଥା ଅଧିକା ବିଗିଡ଼ିବାରୁ ସେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଶ୍ରୀ ଟୁଡୁଙ୍କ ସ୍ବାସ୍ଥ୍ୟବସ୍ଥା ଖବର ଜାଣିବା ପରେ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ମେଡିକାଲରେ ଯାଇ ଦେଖା କରିବା ସହ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.