Odisha Link
Bridging the Missing Links in Odisha

ଓଡ଼ିଶାରେ ନାହିଁ ଆବଶ୍ୟକ ମୋବାଇଲ ନେଟଓ୍ବାର୍କ : ମାନସ ମଙ୍ଗରାଜ

ଓଏଲ୍‌ ବ୍ୟୁରୋ: ସଂସଦରେ ଓଡ଼ିଶାର ସମସ୍ୟା ପ୍ରସଙ୍ଗ ଉଠାଇଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବଢାଇବା ପାଇଁ ରାଜ୍ୟସଭାରେ ଦାବି କରିଛନ୍ତି ମାସନ ମଙ୍ଗରାଜ।

ସଂସଦରେ ଶ୍ରୀ ମଙ୍ଗରାଜ କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍‍ ଏବଂ ଇଣ୍ଟରନେଟ୍‍ ସଂଯୋଗ ସାଧାରଣ ଜୀବନଚର୍ଯ୍ୟାର ଅଭିେଚ୍ଛଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ଆଜି ବି ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମର ଲୋକେ ମୋବାଇଲ୍‍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍‍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି, ମୋବାଇଲ୍‍ ନେଟୱର୍କ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବେଳେ ବିଭିନ୍ନ ପ୍ରକାର ଜରୁରୀ କାମ ପାଇଁ ଲୋକେ ମୋବାଇଲ୍‍ ଫୋନ୍‍ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପରିତାପର ବିଷୟ ଏହି ଯେ ଦୀର୍ଘ ଦିନ ହେଲା ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୋବାଇଲ୍‍ ସେବା ପହଞ୍ଚିପାରି ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜାତୀୟ ସ୍ତରରେ ଟେଲି ଘନତ୍ୱ ୮୪.୮୮% ଥିବା ବେଳେ ଓଡ଼ିଶାରେ ଏହି ହାର ମାତ୍ର ୭୪.୩୮%ରେ ସୀମିତ ରହିଛି। ସମଗ୍ର ଦେଶରେ ଓଡ଼ିଶାର ସର୍ବାଧିକ ଗ୍ରାମ ମୋବାଇଲ୍‍ ସେବାରୁ ବଞ୍ଚିତ ଅଛନ୍ତି। ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେବା ସହ ମୋବାଇଲ ଟାଓ୍ବାର ଉପଲବ୍ଧ କରାନ୍ତୁ ବୋଲି ଦାବି କରିଛନ୍ତି ମାନସ ମଙ୍ଗରାଜ ।

Leave A Reply

Your email address will not be published.