Odisha Link
Bridging the Missing Links in Odisha

ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା

ଓଏଲ୍‌ ବ୍ୟୁରୋ: ବିଜେପୁରରେ ଗୋଷ୍ଠୀ ସଂଘର୍ଷ। ଏପରିକି ବିଜେପୁର ଥାନାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା ଦେଇଛନ୍ତି ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକ। ଗତକାଲି ମେଡିକାଲ ସାମ୍ନାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ। ଯାହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଦିଆଯାଇଛି ଏତଲା।

ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩ଟାରେ ବିଜେପୁର ଆହର କେନ୍ଦ୍ରଠାରେ ବିଜେପୁର ଏନଏନସି ଅଧ୍ୟକ୍ଷା ଓ କିଛି କାଉନସିଲର ରୋଷେଇ ଗୃହ ନିର୍ମାଣ ପାଇଁ ଚିହ୍ନ ଦେଉଥିବା ସମୟରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ସୌରଭ ସାହୁ ସମର୍ଥକଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ କରିଥିଲେ। ସୀତା ବାରିକ ଥାନାରେ ଏନେଇ ଏତଲା ଦେଇଥିଲେ।

ଅନ୍ୟପଟେ ଏହି ଗୋଷ୍ଠୀ ସଂଘର୍ଷରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ଅନ୍ୟ ଗୋଷ୍ଠୀ ନାରେ ଏତଲା ଦେଇଛନ୍ତି ଶ୍ରୀ ସାହୁଙ୍କ ସମର୍ଥକ। ବିଜେଡିର ଏହି ଗୋଷ୍ଠୀ ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏହାକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରିବା ସହିତ ପୁଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଇଛି।

Leave A Reply

Your email address will not be published.