Odisha Link
Bridging the Missing Links in Odisha

‘ମୋ ବସ’ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୁଲିସ

ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ପୁଲିସ ଜବତ କରିଛି।

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମୋ ବସରୁ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ମୋ ବସରେ ଯାତ୍ରା କରିବା ସମୟରେ ମୋ ବସରୁ ଲୁଟ ହେଉଥିଲା। ଲୁଟର ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିବା ଦ୍ୱାରା ୭ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୁଲିସ।

ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ପୁଲିସ ଜବତ କରିଛି। ଲୁଟର ଶିକାର ହୋଇ ଅଭିଯୋଗ କରିଥିବା ୩ଜଣ ଲୋକଙ୍କୁ ପୁଲିସ ଏହି ଟଙ୍କା ଫେରାଇଦେଇଛି। ସୂଚନା ଅନୁସାରେ ଯୋଜନା ମୁତାବିକ ପ୍ରଥମେ ଏହି ଲୁଟେରା ମାନେ ବସରେ ଲୋକଙ୍କୁ ଘେରି ଯାଇ ଜାଣିଣୁଣି ଭିଡ ସୃଷ୍ଟି କରନ୍ତି ଏବଂ ଭିଡ ଆଳରେ ଲୋକଙ୍କ ଠାରୁ ଲୁଟ୍ କରନ୍ତି।ଏହି ଗ୍ୟାଙ୍ଗ ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ନିକଟରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ପୂର୍ବରୁ ଅନେକ ଥାନାରେ ମାମଲା ମଧ୍ୟ ରହିଥିବା ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ ପରେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିବା ଜଣା ପଡିଛି।

Leave A Reply

Your email address will not be published.