Odisha Link
Bridging the Missing Links in Odisha

ଚିମିନି ବିସ୍ଫୋରଣ, ୭ ମୃତ

ଇଟା ଭାଟି ଚିମିନିରେ ବିସ୍ଫୋରଣ ହେବା ଯୋଗୁ ୭ ଜଣଙ୍କ ଜୀବନ ଚାଲି ଯାଇଛି।

ଓଏଲ୍‌ ବ୍ୟୁରୋ : ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ ହେବା ଦ୍ୱାରା ଚିମିନିରେ ନିଆଁ ଲାଗି ଦୁର୍ଘଟଣା ଘଟିଛି। ବିସ୍ଫୋରଣରେ ୭ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରଯାଉଛି। ଘଟଣାଟି ଘଟିଛି ବିହାରର ମୋତିହାରିରେ। ରାମଗରୱା ନରିର୍ଗିର୍‌ରେ ଇଟା ଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଚିମନି ଫାଟି ଯାଇଥିଲା।

ଇଟା ଭାଟି ଚିମିନିରେ ବିସ୍ଫୋରଣ ହେବା ଯୋଗୁ ୭ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ୭ ଜଣଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆଉ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ବିସ୍ଫୋରଣ ପରେ ଖବରପାଇ ପୋଲିସ୍‌, SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବାବେଳେ ଆହତଙ୍କ ଅବସ୍ଥା ଶୋଚନୀୟ ବୋଲି ଜଣା ପଡିଛି।

Leave A Reply

Your email address will not be published.