Odisha Link
Bridging the Missing Links in Odisha

୬ଟି ଦେଶରୁ ଆସୁଥିଲେ, ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ୬ଟି ଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଜମା କରିବା ବାଧ୍ୟତାମୂଳ କରିଛନ୍ତି। ୬ଟି ଦେଶରୁ ଆସୁଥିଲେ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ।

ଜାନୁଆରୀ ପହିଲାରୁ ଚୀନ, ଜାପାନ, ଦକ୍ଷିଣକୋରିଆ, ସିଂଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଆଗାମୀ ୪୦ ଦିନ ଦେଶ ପାଇଁ ଗୁରୁତ୍ୱପୂର୍ଣ ବୋଲି କୁହାଯାଉଛି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ କରୋନା କଟକଣା ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ୩୯ଜଣ ବିଦେଶ ଫେରନ୍ତା ସଂକ୍ରମଣ ବୋଲି ଚିନ୍ହଟ ହୋଇଥିଲା। କରୋନା ସଂକ୍ରମଣକୁ ସାମ୍ନା କରିବା ପାଇଁ ସମସ୍ତେ ସଜାଗ ରହିବା ସହ ସତର୍କ ରହିବାକୁ ଉଦ୍ବୋଧନ ଦିଆଯାଇଛି।

Leave A Reply

Your email address will not be published.