Odisha Link
Bridging the Missing Links in Odisha

ରେଲୱେ ଅଫିସର ମନୋଜ କୁମାର ମିଶ୍ର, ରେଳବାଇ ସେବାରୁ ଇସ୍ତଫା ଦେଲେ

ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବିରେ କାର୍ଯ୍ୟ କରିବେ

ଓଏଲ୍‌ ବ୍ୟୁରୋ : ଇସ୍ତଫା ଦେଲେ ରେଲୱେ ଟ୍ରାଫିକ ସର୍ଭିସ ଅଫିସ। କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଦ୍ୱାରା ସୂଚନା ଜାରି କରାଯାଇ କୁହାଯାଇଛି ଯେ, ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି। ତେବେ ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବିରେ କାର୍ଯ୍ୟ କରିବେ ସୂଚନା ମିଳିଛି।

ଖବର ଅନୁସାରେ, ରେଲୱେ ଟ୍ରାଫିକ ସର୍ଭିସ ଅଫିସର ମନୋଜ କୁମାର ମିଶ୍ର ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ। ଆଇଆରଟିଏସ ଅଫିସର ମନୋଜ କୁମାର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିସନର, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଓ ଓକାକ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ। ତେବେ ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବିରେ କାର୍ଯ୍ୟ କରିବେ ବୋଲି ଖବର ମିଳିଛି।

Leave A Reply

Your email address will not be published.