Odisha Link
Bridging the Missing Links in Odisha

ହକି ବିଶ୍ୱକପ୍ : ରାଜଧାନୀରେ ପହଞ୍ଚିଲା ବେଲଜିୟମ୍ ଟିମ୍

୨୦୧୮ରେ ଚାମ୍ପିଅନ୍ ହୋଇଥିବା ବେଲଜିୟମ୍ ଟିମ୍ ଓଡ଼ିଶାରେ

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ହକି ବିଶ୍ୱକପ ପାଇଁ ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିସାରିଛି ବେଲଜିୟମ୍ ଟିମ୍। ୨୦୧୮ରେ ବେଲଜିୟମ୍ ଟିମ୍ ହକି ବିଶ୍ୱକପର ଚାମ୍ପିଅନ୍ ହୋଇଥିଲା। ପୂର୍ବରୁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଥିଲା ନେଦରଲାଣ୍ଡସ୍‌ ଟିମ୍‌। ୨ୟ ବିଦେଶୀ ଦଳ ଭାବେ ଚିଲି ଟିମ୍ ଓଡ଼ିଶାରେ ପହଂଚିଥିଲେ। ସୂଚନା ଅନୁସାରେ ଏହାପୂର୍ବରୁ ଭାରତୀୟ ହକି ଦଳ ଓଡ଼ିଶାରେ ପହଁଞ୍ଚି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଅଭ୍ୟାସ ଜାରି ରଖିଛି।

ସୂଚନା ମୁତାବିକ, ନେଦରଲାଣ୍ଡ୍‌ସ ଟିମ୍‌ ୧୦ ତାରିଖରେ ରାଉରକେଲା ଗସ୍ତ କରିବ। ଆଉ ୧୪ ତାରିଖରେ ଟୁର୍ଣ୍ଣାମେଣ୍ଟରେ ତାର ପ୍ରଥମ ମ୍ୟାଚ୍‌ ଖେଳିବ। ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା। ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ। ଅନ୍ୟପକ୍ଷେ ୨୦୧୮ରେ ଚାମ୍ପିଅନ୍ ହୋଇଥିବା ବେଲଜିୟମ୍ ଟିମ୍ ଓଡ଼ିଶାରେ ପହଞ୍ଚିସାରିଛି। ତେଣୁ ଏଥର ହକି ବିଶ୍ୱକପରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.