Odisha Link
Bridging the Missing Links in Odisha

ବିନା ଛୁଟିରେ ଅନୁପସ୍ଥିତ ରହିବା ହେଲା ମହାଙ୍ଗା, ୨୪ ଶିକ୍ଷକ ଚାକିରିରୁ ବିଦା

୨୦୧୮ ମାର୍ଚ୍ଚ ୩ ତାରିଖ ଏବଂ ୨୦୧୯ ଜାନୁଆରି ମାସରେ ଏପରି ଚାକିରିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି

ଓଏଲ୍‌ ବ୍ୟୁରୋ : ୧୨ ବର୍ଷ ହେବ ଆସୁନଥିଲେ ବିଦ୍ୟାଳୟ ବରଂ ପାଉଥିଲେ ଦରମା। ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦାୟ ଦେଇଛନ୍ତି। ସୂଚନା ଅନୁସାରେ, ବିନା କାରଣ ଓ ବିନା ଛୁଟି ଦରଖାସ୍ତରେ ଏତେ ଦିନ ଧରି ସେମାନେ କାହିଁକି କାର୍ଯ୍ୟରେ ଯୋଗ ଦେଉ ନଥିଲେ, ସେନେଇ ଖୋଳତାଡ଼ ହୋଇଥିଲା। ଶିକ୍ଷକମାନେ ମାତ୍ର ୨୦୧୦ ମସିହାରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ସେମାନେ ଦରମା ନେଉଛନ୍ତି।

ତେବେ ଏହି ଘଟଣାର ତଦନ୍ତ ପରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ୨୪ ଶିକ୍ଷକଙ୍କୁ ଚାକିରିରୁ କାଢି ଦିଆଯାଇଛି। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୧୮ ମାର୍ଚ୍ଚ ୩ ତାରିଖ ଏବଂ ୨୦୧୯ ଜାନୁଆରି ମାସରେ ଏପରି ଚାକିରିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲାରେ ୧୨ ବର୍ଷ ହେବ ବିଦ୍ୟାଳୟରେ ଶିକ୍ଷାଦାନ କରୁନଥିବା ୨୪ଜଣ ଶିକ୍ଷକଙ୍କୁ ଚାକିରିରୁ ବାଦ କରିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.