Odisha Link
Bridging the Missing Links in Odisha

ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ

ଜରୁରୀକାଳୀନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି

ଓଏଲ୍‌ ବ୍ୟୁରୋ : ବଡ଼ଦେଉଳ ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ। ପରିକ୍ରମା ପ୍ରକଳ୍ପ ପାଇଁ ରାସ୍ତା ବନ୍ଦ ଥିବା ସୂଚନା। ତେବେ ବିନା କୌଣସି ସୂଚନା ନଦେଇ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ରାସ୍ତା ବନ୍ଦ ଥିବାରୁ କାଳିଆ ଦର୍ଶନ କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ସ୍ଥାନୀୟ ଲୋକେ ବି ନିଜ ଆବଶ୍ୟକ କାମ ପାଇଁ ରାସ୍ତା ଅପରପାର୍ଶ୍ୱକୁ ଯାଇ ପାରୁ ନଥିବା ଜାଣିବାକୁ ମିଳିଛି।

ବଡ଼ଦେଉଳ ସମ୍ମୁଖରେ ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରିଥିବା ସୂଚନା। ତେବେ ଏହି ବନ୍ଦ କରାଯାଇଥିବା ରାସ୍ତା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିଂହଦ୍ୱାର ସମ୍ମୁଖ ରାସ୍ତାକୁ କେବେ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିବାବେଳେ ଜରୁରୀକାଳୀନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି। ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ରାସ୍ତାକୁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ବନ୍ଦ କରାଯାଇଥିବା ଜଣା ପଡିଛି।

Leave A Reply

Your email address will not be published.