Odisha Link
Bridging the Missing Links in Odisha

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଡିସେମ୍ୱରର ଜଳବାୟୁ ପରିବର୍ତ୍ତନ

ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସ୍ୱାଭାବିକଠାରୁ ୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା

ଓଏଲ୍‌ ବ୍ୟୁରୋ : ୨୦୨୨ରେ ଜଳବାୟୁ ପରିବର୍ତ୍ତନକୁ ନେଇ ବଡ଼ ପ୍ରଭାବ ଅନୁଭୂତ ହୋଇଛି। ଦୀର୍ଘଦିନ ହେବ ଭାରତରେ ଅସ୍ବାଭାବିକ ଭାବରେ ବଢିଚାଲିଛି ତାପମାତ୍ରା। ୨୦୨୨ ଡିସେମ୍ବର ମାସକୁ ଶୀତଦିନରେ ସବୁଠୁ ଉତ୍ତପ୍ତ ଭାବରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଭାରତରେ ଗତ ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ୨୦୨୨ ଡିସେମ୍ୱର। ପୁରା ମାସରେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସ୍ୱାଭାବିକଠାରୁ ୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

୨୦୦୮ରେ ଡିସେମ୍ବରର ସ୍ବାଭାବିକ ତାପମାତ୍ରା ସର୍ବାଧିକ ୨୧.୪୬ ଡିଗ୍ରି ରେକର୍ଡ ହୋଇଥିବାବେଳେ ତାହାକୁ ବି ୨୦୨୨ ଡିସେମ୍ବରର ଉଷ୍ମତା ଅତିକ୍ରାନ୍ତ କରିଯାଇଥିବା ପାଣିପାଗ ବିଭାଗ କହିଛି। ତେବେ ଏହି ତାପମାତ୍ରା ୧୨୨ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ଆଇଏମ୍‌ଡି ସୂଚନା ଅନୁସାରେ, ଗତ ଡିସେମ୍ବରରେ ଦେଶର ସର୍ବୋଚ୍ଚ ତାପମାତ୍ରା ଥିଲା ୨୭.୩୨ ଡିଗ୍ରି ଯାହାକି ସ୍ବାଭାବିକ ତାପମାତ୍ରା ୨୬.୫୩ ଡିଗ୍ରିଠାରୁ ୦.୭୯ ଡିଗ୍ରି ଅଧିକ।

ସେହିଭଳି ସର୍ବନିମ୍ନ ତାପମାତ୍ରା ଥିଲା ୧୫.୬୫ ଡିଗ୍ରି ଯାହାକି ସ୍ବାଭାବିକ ତାପମାତ୍ରା ୧୪.୪୪ ଡିଗ୍ରିଠାରୁ ୧.୨୧ ଡିଗ୍ରି ଅଧିକ। ଅନ୍ୟପଟେ ଡିସେମ୍ବରର ସ୍ବାଭାବିକ ତାପମାତ୍ରା ୨୦.୪୯ ଡିଗ୍ରି ହୋଇଥିବା ବେଳେ ଗତ ଡିସେମ୍ବରରେ ରେକର୍ଡ ହୋଇଛି ୨୧.୪୬ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୧ ଡିଗ୍ରି ଅଧିକ। ୧୨୨ ବର୍ଷରେ ଗତ ଡିସେମ୍ବରର ସର୍ବାଧିକ ତାପମାତ୍ରା ଦେଶରେ ଦ୍ବିତୀୟ। ତେବେ ଉତ୍ତର ଭାରତରେ ଶୀତ ପ୍ରକୋପ ଅନୁଭୂତ ହେଉଥିବାବେଳେ ପୂର୍ବାଞ୍ଚଳ ସମେତ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ଯୋଗୁଁ ସାରା ଦେଶର ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇଛି। ତେବେ ଏବର୍ଷ ଶୀତର ପ୍ରକୋପ କମ ଥିବା କୁହାଯାଉଛି।

Leave A Reply

Your email address will not be published.