Odisha Link
Bridging the Missing Links in Odisha

ଆଇଟି କମ୍ପାନୀ ଡିଲଏଟ୍ ଶାଖାର ଉଦ୍‌‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଯୁବକ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି

ଓଏଲ୍‌ ବ୍ୟୁରୋ : ଆଇସିଓଏମସି କୋଠାରେ ଡିଲଏଟ୍‌‌ କମ୍ପାନୀର ଶୁଭାରମ୍ଭ। ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ ଯାହାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ରର ଶୁଭାରମ୍ଭ। ଏହି ଆଇଟି କମ୍ପାନୀ ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।

୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋରକୁ ଡେଲଏଟ ବ୍ୟବହାର କରିବ। ସୂଚନା ଅନୁସାରେ ରାଜ୍ୟର ଯୁବକ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବା ସହ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି।

ମେକ୍‌‌ଇନ୍‌‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଥିବାବେଳେ ଭୁବନେଶ୍ୱରରେ ଆଇଟି କମ୍ପାନୀ ଡିଲଏଟ୍ ଶାଖାର ଉଦ୍‌‌ଘାଟନ ହୋଇଯାଇଛି। ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନ୍‌‌ଞ୍ଚର ଟେକ୍‌‌, ଇନୋଭେୟାର ଟେକ୍‌‌, ପର୍ଫମ୍‌‌ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌‌, ଏଲଫୋଞ୍ଜ୍‌‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି ଜଣା ପଡିଛି।

Leave A Reply

Your email address will not be published.